ଓଡିଶା ତାଜା ନ୍ୟୁଜ୍ (୨୧ ଜୁଲାଇ ମଙ୍ଗଳବାର ) ବରଗଡ଼ :- ବରଗଡ଼ ଜିଲ୍ଲା ରେ ଆଜି ଠୁ ଟେଲି ମେଡ଼ିସିନ ସେବା ଆରମ୍ଭ ହୋଇଛି । ଜିଲ୍ଲା ରେ କରୋନା ସଙ୍କ୍ରମିତ କ୍ରମଶଃ ଆଶାତିତ ଭାବେ ବୃଦ୍ଧି ପାଇବା ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଗତ ଏକ ମାସ ମଧ୍ୟରେ ସ°କ୍ରମଣ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଦେଖା ଦେଇଥିଲା । ଏଥିରେ କରୋନା ଯୋଦ୍ଧା ମଧ୍ୟ ବାଦ ପଡି ନ ଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ, ଜିଲ୍ଲା ର ମୁଖ୍ୟ ଚିକିତ୍ସାଳୟ ରେ ଜଣେ କରୋନା ଯୋଦ୍ଧା ସ°କ୍ରମଣ ହେବା ଯୋଗୁ ଚିକିତ୍ସାଳୟ କୁ ସମ୍ପୁର୍ଣ୍ଣ ଭାବେ ୩ ଦିନ ସଟ୍ ଡାଉନ୍ କରାଯିବା ସହ ସମସ୍ତ ରୋଗୀ ଙ୍କୁ ଡିସଚାର୍ଜ କରାଯାଇଛି । ସମ୍ପୁର୍ଣ୍ଣ ଅଞ୍ଚଳ କୁ ସିଲ୍ କରି ସେନିଟାଇଜ କରାଯାଇଛି । ଜିଲ୍ଲା ର ସଦର ମହକୁମା ରେ ଥିବା ଗୋଟିଏ ସିଏଚସି, ଦୁଇଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କ ଚିକିତ୍ସା ବ୍ୟବସ୍ଥା ସହ ବିଶେଷଜ୍ଞ ଡାକ୍ତର ଙ୍କ ପରାମର୍ଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟେଲି ମେଡ଼ିସିନ ସେବା ଆରମ୍ଭ ହୋଇଛି । (ସତ୍ୟ ନାରାୟଣ ପ୍ରଧାନ,ବରଗଡ଼)