ଓଡିଶା ତାଜା ନ୍ୟୁଜ୍ (୨୧ ଜୁଲାଇ ମଙ୍ଗଳବାର ) କଳାହାଣ୍ଡି : – ସମାଜକୁ ସୁସ୍ଥ ଓ ସୁନ୍ଦର ବନାଇବା ସହିତ ଯୁବ ସମାଜ ମଧ୍ୟରେ ସାମାଜିକ ଦାୟିତ୍ୱକୁ କର୍ତ୍ତବ୍ୟ ଭାବରେ ସମ୍ପାଦନ କରିବାର ଲକ୍ଷ୍ୟ ରଖି ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ପକ୍ଷରୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଚିଆଁପଦର ଗ୍ରାମରେ ଏକ ପଥପ୍ରାନ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନେକ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା । ନର୍ଲା ୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା କୁମାରୀ ରିନା ଭୋଇ ଓ ସରିଆଁ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ନନ୍ଦିନୀ ଭୋଇ ବୃକ୍ଷ ଲଗାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଏଥିରେ ୧୦୦ ରୁ ଉର୍ଦ୍ଧ୍ବ ବୃକ୍ଷ ଲଗାଯାଇଥିଲା । ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜାତୀୟ ଯୁବ ସ୍ଵେଚ୍ଛାସେବୀ ତଥା ସୋସିଆଲ ଆକ୍ଟିଭିଷ୍ଟ କଳାହାଣ୍ଡି ଇଷ୍ଟ ଜୋନର ସଭାପତି ମିଲନ କୁମାର ଭୋଇ , ନର୍ଲା ବ୍ଲକର ସମ୍ପାଦକ ଶୁକଦେଵ ସାହୁ , କୋଷାଧ୍ୟକ୍ଷ ସୌମ୍ୟରଞ୍ଜନ ସା, ନିର୍ଦ୍ଦେଶକ ପ୍ରତ୍ୟୁଷ କୁମାର ଭୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ଚିଆଁ ପଦର ଗ୍ରାମର ସୁନୀଲ ଭୋଇ ,ବସନ୍ତ ଦୀପ ଏବଂ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରଖି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ। (ରିପୋର୍ଟ /ପ୍ରଦୀପ କୁମାର ଗଉଡ)