୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ସମୃଦ୍ଧି ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରଶିକ୍ଷଣ ଶିବିର ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା।ଉକ୍ତ ଶିବିରକୁ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ,

କବିତା ଦାଶ,ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ଆର୍ ପି କୈଳାଶ ନାୟକ,ଶ୍ରୀନିବାସ ରଥ, ପ୍ରସନ୍ନ କୁମାର ବେହେରା,ନିମେଇ ଚରଣ ସାହୁ ୫୦ ଜଣ ଶିକ୍ଷକ ,

ଶିକ୍ଷୟତ୍ରୀ ଙ୍କୁ ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ଶୈଖିକ ଓ ଅଣ ଶୈଖିକ ଦିଗ ଉପରେ କିପରି ମାନ ନିର୍ଦ୍ଧାରଣ କରାଯିବ ସେ ଉପରେ ବିସ୍ତୃତ ଭାବେ ତାଲିମ ପ୍ରଦାନ କରିଥିଲେ।















