୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁରରେ ପ୍ରତି ବର୍ଷ ଭଳି ଆଜି ଜାନୁଆରୀ ପାଞ୍ଚ ତାରିଖରୁ ଆରମ୍ଭ ହୋଇ ନଅ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କଳା, ସଂସ୍କୃତିର ପରିପ୍ରକାଶ ଓ ପ୍ରଚାର ପ୍ରସାର ଓ ପୁରୁଣା ସ୍ମୃତିକୁ ମନେ ପକେଇବା ନିମନ୍ତେ ଜିଲ୍ଲା ପ୍ରଶାସନ ,ସ୍ଥାନୀୟ ନେତୃବୃନ୍ଦ ଓ ଜନ ସାଧାରଣଙ୍କ ସହଯୋଗରେ ରଣପୁର ମହୋତ୍ସବ “ଅର୍ଜୁନ” ମହା ଆଡ଼ମ୍ବରରେ ପାଳିତ ହେବା ପାଇଁମୁଖ୍ୟ ଅତିଥି ଭାବେ ମାନ୍ୟବର ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ ଯୋଗ ଦେଇଥିଲେ ଓ ମୁଖ୍ୟ ବକ୍ତା ଭାବେ କବୟିତ୍ରୀ ଶ୍ରୀମତୀ ପ୍ରତିଭା ମହାରଥୀ ,
ସ୍ଥାନୀୟ ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନଙ୍କ ସଭାପତିତ୍ବରେ , ସମ୍ମାନିତ ଅତିଥି ଭାବେ ରଣପୁର ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ରଣପୁର ଶ୍ରୀମତୀ ରଜନୀ ରାଣୀ ପଟ୍ଟନାୟକ,ଶରଣକୁଳ ଏସ ଡି ପି ଓ ଶ୍ରୀ ସୁଧାକର ସାହୂ ପ୍ରମୁଖ ଯୋଗ ଦେଇ ତ୍ରିମୂର୍ତ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଙ୍କ ନିକଟରେ ପୁଷ୍ପ ଧୂପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ସାଙ୍କୃତିକ କାର୍ଯ୍ୟରେ କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷ୍ଟିତ ନୃତ୍ୟ ଗୀତ ଦର୍ଶକ ମାନଙ୍କୁ ଆକୃଷ୍ଟ କରି ଥିଲା । ସ୍ଥାନୀୟ କୁନି ବାଳିକା କଳାକାର ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରାଯାଇ ଥିଲା ।
ବିଭିନ୍ନ ପ୍ରାନ୍ତରୁ ଆସିଥିବା ମିନା ବଜାର, ଖାଦ୍ୟ ଷ୍ଟଲ, ଗୃହପୋକରଣ ସାମଗ୍ରୀ ଦୋକାନ ଗୁଡ଼ିକ ମହୋତ୍ସବର ଶୋଭା ବର୍ଦ୍ଧନ କରି ଥିଲା । ସଭାପତି ଭାବେ ବିଧାୟକ ମହୋଦୟ ସଭା ପରିଚାଳନା କରିଥିଲେ ।
ଅନ୍ୟାନ୍ୟ ବରିଷ୍ଠ ନେତ୍ରୁ ବୃନ୍ଦ ସହିତ ପ୍ରାୟ ଦୁଇ ହଜାରରୁ ଅଧିକ ଜନ ସମାଗମ ଦେଖିବାକୁ ମିଳିଥିଲା । ରଣପୁର ପୋଲିସ୍ ଶାନ୍ତି ଶୃଙ୍ଖଳା ଦାୟିତ୍ଵ ନିର୍ବାହ କରିଥିବା ବେଳେ ସ୍ଥାନୀୟ ଯୁବକ ସ୍ବେଛାସେବୀ ମାନେ ସହଯୋଗ କରିଥିଲେ । ଆରମ୍ଭରୁ ମଞ୍ଚ ପରିଚାଳନା ଶ୍ରୀ ସତ୍ୟନାରାୟଣ ମହାପାତ୍ର ଅତି ସୁନ୍ଦର ଭାବରେ କରିଥିଲେ ।ଅତିଥି ମାନେ ନିଜ ନିଜ ଅଭଭାଷଣରେ ରଣପୁରର ଉନ୍ନତୀ ଦିଗରେ ଆଲୋକପାତ କରିଥିଲେ । ସଭା କାର୍ଯ୍ୟ ସନ୍ଧ୍ୟା ସାତ ଟାରୁ ସନ୍ଧ୍ୟା ନଅଟା ପର୍ଯ୍ୟନ୍ତ ଚାଲିଥିଲା ବେଳେ ଶୀତୁଆ ସନ୍ଧ୍ୟାରେ ସ୍ଥାନୀୟ ବାସିନ୍ଦାଙ୍କ ଜନସମାଗମ ବଢ଼ୁଥିବାର ଜଣାପଡ଼ୁଥିଲା ।