No Result
View All Result
୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସିକୁଳୀପଦର ଓ ଉଲଣ୍ଡା ଗ୍ରାମରେ ବେ-ଆଇନ ଚାଷ ହୋଇଥିବା ୬୨ଏକର ଗଞ୍ଜେଇ ନଷ୍ଟ କରିଛନ୍ତି ମୋହନା ପୋଲିସ। ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ଙ୍କ ନିର୍ଦ୍ଦେଶ ପ୍ରକାରେ ମୋହନା ପୋଲିସ ଏହି ଚଡ଼ାଉ କରି ଚାଷ ନଷ୍ଟ କରିଛନ୍ତି ।
ଏହି ଚଡାଉ ରେ ବନ ବିଭାଗ ଏବଂ ରାଜସ୍ବ ବିଭାଗ ସାମିଲ ଥିବା ଦେଖିବାକୁ ମିଳିଛି । ବେ- ଆଇନ ଚାଷରେ ସାମିଲ ଥିବା ଦୁଇ ଅଭିଯୁକ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଏହି ଘଟଣାର ତଦନ୍ତ କରୁଥିବା ପ୍ରକାଶ ।

No Result
View All Result