ଓଡିଶା ତାଜା ନ୍ୟୁଜ୍ (୨୧ ଜୁଲାଇ ମଙ୍ଗଳବାର ) ନୟାଗଡ଼ :- ଆଜି ଭାରତୀୟ ମଜଦୂର ସଂଘ ନୟାଗଡ଼ ଜିଲ୍ଲା ସଂପାଦକ ସୁକାନ୍ତ କୁମାର ମହାପାତ୍ର ଙ୍କ ନେତୃତ୍ଵରେ ଓଡିଶା ରାଜ୍ୟ ଆଶା ସାଥି ସଂଘ ଭଉଣୀ ମାନଙ୍କ ତରଫରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ୮ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ଓଡିଶା ରାଜ୍ୟ ଆଶା ସାଥି ସଂଘ ନୟାଗଡ଼ ଜିଲ୍ଲାର ସଭାନେତ୍ରୀ ଅଞଳୀ ମହାନ୍ତି । ସମ୍ପାଦିକା ଜୟନାଥ ଶର୍ମା, ରଶ୍ମିତା ବେହେରା, ସୁକାନ୍ତି ପ୍ରଧାନ, ରାଣୀଆ ସାହୁ, ରାମ ଚନ୍ଦ୍ର ଭଟ ଯୋଗ ଦେଇ ଥିଲେ । (ରିପୋର୍ଟ-ରାମକୃଷ୍ଣ ରଥ)