୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚକ୍ଷୁ ହୀନ ଙ୍କ ପାଇଁ ବ୍ରେଲି ଲିପିର ପ୍ରଣେତା ମହାତ୍ମା ଲୁଇସ୍ ବ୍ରେଲ୍ ଙ୍କ ର ୨୧୫ ତମ ଜୟନ୍ତୀ ଆଜି ନେହେରୁ ସେବା ସଂଘ ର କନକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସାଧାରଣ ସଭା ରେ ଅଧ୍ୟକ୍ଷତା କରିଥିଲେ ଡ଼ା ସୁରେନ୍ଦ୍ର ନାଥ ପାତ୍ର।ମୁଖ୍ୟ ଅତିଥି ଭାବେ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି , ମୁଖ୍ୟ ବକ୍ତା ଭାବେ କବି ବାଳ ମୁକୁନ୍ଦ ଦାସ,
ସମ୍ମାନିତ ଅତିଥି ଭାବେ ଡଃ ଚିନ୍ତାମଣି ମିଶ୍ର, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ଧ୍ୟା ରାଣୀ ହରିଚନ୍ଦନ, ବୀରେନ୍ଦ୍ର କୁମାର ତ୍ରିପାଠୀ, ନ୍ରୃସିହ ଚାରଣ ମହାରଣା,ଯୁଗଳ ଚରଣ ମହାନ୍ତି, ସମ୍ପାଦିକା ସୁଶ୍ରୀ ସରୋଜିନୀ ଦାସ,ସୁରେନ୍ଦ୍ର କୁମାର ଦାଶ ପ୍ରମୁଖ ଯୋଗଦେଇ ଲୁଇସ୍ ବ୍ରେଲ୍ ଙ୍କ ମହାର୍ଘ ତ୍ୟାଗ ଓ ଅବଦାନ ସମ୍ପର୍କରେ ଉଦ୍ ଵୋଧନ ଦେଇଥିଲେ।
ପ୍ରାରମ୍ଭରେ ଅତିଥି ମାନେ ଲୁଇସ୍ ବ୍ରେଲ୍ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଅନୁଷ୍ଠାନ ର ଦ୍ରୃଷ୍ଟି ହୀନ ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରା ଯାଇଥିଲା। ପ୍ରଦୀପ କୁମାର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ବ୍ରେଲ୍ ଦିନ ପଞ୍ଜିକା ୨୦୨୪ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନ ର କୋଷାଧ୍ୟକ୍ଷ ଓମ୍ ପ୍ରକାଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।