No Result
View All Result
ରାଜସୁନାଖଳା କୁମାରୀଛକରେ ବସ – ହାଇୱା ଧକ୍କା,6 ଆହତ 2ଗୁରୁତର
୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଦା ଜିଲ୍ଲା,ବୋଲଗଡ଼ :-> ବୋଲଗଡ଼ ଥାନା ଅଧୀନସ୍ଥ ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ 57ନମ୍ବର ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥ ରାଜସୁନାଖଳା କୁମାରୀ ଛକଠାରେ ବୁଧବାର ଭୋର 4ଟା ସମୟରେ ପିକନିକ ବସ ଓ଼ ବାଲିବୋଝେଇ ହାଇୱା ଟ୍ରକ ମଧ୍ୟରେ ଧକ୍କା ହେବାରୁ 6 ଜଣ ଆହତ ଓ଼ 2ଜଣ ଗୁରୁତର ହୋଇଛନ୍ତି ! ଘଟଣାରୁ ପ୍ରକାଶ ଯେ 45ଜଣ ଯାତ୍ରୀଙ୍କୁ ନେଇ ପିପିଲିର ଏକ ଘରୋଇ ପିକିନିକ ସୁପ୍ରିମ ବସ ODO5-AW3330 ଯାତ୍ରୀମାନେ ସମ୍ବଲପୁରସ୍ଥିତ ମା “ସମଲେଶ୍ୱରୀଙ୍କୁ ଦର୍ଶନ ସାରି ପିପିଲି ଅଭିମୁଖ୍ୟ ଫେରୁଥିବା ବେଳେ
ମହାନଦୀ ବାଲିଘାଟରୁ ଏକ ବାଲି ବୋଝେଇ ବାରଭୂଇଁଆ ନାମକ ହାଇୱା ଟ୍ରକ 0D02-BY9549 ଖୋର୍ଦ୍ଧା -ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ରାଜସୁନାଖଳା କୁମାରୀ ଛକଠାରେ ପିକନିକ ବସକୁ ଧକ୍କା ଦେଇ 20ମିଟର ଘୋଷାରୀ ନେଇ ରାସ୍ତା ପାର୍ଶ୍ୱରେ ଥିବା ଦୋକାନ ଭିତରକୁ ପଶିଯାଇଥିଲା ! ଫଳରେ ପିକନିକ ସୁପ୍ରିମ ବସରେ ଯାତ୍ରାକରି ଫେରୁଥିବା 45ଜଣ ଯାତ୍ରୀଙ୍କ ମଧ୍ୟରୁ 8ଜଣ ଯାତ୍ରୀ ଆହତ ହୋଇଥିଲେ ! ଜୋରରେ ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଙ୍ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ !
ସେଠାରେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ବସ ଚାଳକ ଓ଼ ଜଣେ ମହିଳା ଯାତ୍ରୀ ଗୁରୁତର ଥିବାରୁ ସେଠାରେ ଉପସ୍ଥିତ ଡାକ୍ତର ଦେବାଶିଷ ରାୟ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ସରକାରୀ ଏମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ ! ଗାଡି ଦୁର୍ଘଟଣା ଖବର ପାଇଁ ବାଙ୍କୋଇ ଫାଣ୍ଡି ଅଧିକାରୀ ସଂଗ୍ରାମ କେଶରୀ ପାଇକରାୟଙ୍କ ସହିତ ପୋଲିସ ଟିମ ଘଟଣlସ୍ଥଳରେ ପହଞ୍ଚି ତଦନ୍ତ କରି ବାଲି ବୋଝେଇ ହାଇୱା ଟ୍ରକ ଓ଼ ପିକିନିକି ବସକୁ ଜବତ କରି ଫାଣ୍ଡିକୁ ନେଇଥିଲେ ! ପ୍ରବଳ ଘନ କୁହୁଡି ଯୋଗୁଁ ଏହି ଗାଡି ଦୁର୍ଘଟଣା ଘଟିଅଛି ବୋଲି ପ୍ରତ୍ୟେକଦର୍ଶୀମାନଙ୍କ ଠାରୁ ପ୍ରକାଶ !
No Result
View All Result