୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ଘନ କୁହୁଡି ହେଉଛି କାଳ। ରାଜ୍ୟର ବିଭିନ୍ନ ସ୍ଥାନରେ ଘନ୍ କୁହୁଡି ପାଇଁ ଏବେ ଦୁର୍ଘଟଣାର ଦୃଶ୍ୟ ସାମ୍ନାକୁ ଆସୁଛି। ଆଜି ପ୍ରବଳ କୁହୁଡି ହେତୁ ବୋଲଗଡ ଏବଂ ବେଗୁନିଆର ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଭାବେ ଘଟିଛି ଦୁଇ ଦୁଇଟି ଦୁର୍ଘଟଣା । ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ଼ ସୁନାଖଳା କୁମାରୀ ଛକଠାରେ ଏକ ପିକନିକ ବସ୍ ସହିତ ବାଲି ବୋଝେଇ ଟ୍ରକ ଧକ୍କା ହୋଇଛି।

ପିପିଲି ଅଂଚଳର ଏକ ପିକନିକ ବସ୍ ନୟାଗଡ ପଟୁ ପିପିଲି ଅଭିମୂଖେ ଫେରୁଥିବା ବେଳେ ଘନ କୁହୁଡି ହେତୁ ଏକ ଟ୍ରକ ସହିତ ଧକ୍କା ହୋଇଛି। ଫଳରେ ବସ୍ ଡ୍ରାଇଭର ସହିତ ଚାରି ଆହତ ହୋଇଥିବା ଜଣା ପଡିଛି । ସମସ୍ତ ଗୁରୁତର ଯାତ୍ରୀଙ୍କୁ ଖୋର୍ଦ୍ଧା ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ ମଧ୍ୟ ବେଗୁନିଆ ଗୋବିନ୍ଦପୁର ଠାରେ ଖୋର୍ଦ୍ଧା କଣ୍ଟିଲୋ ରାସ୍ତାରେ ଏକ କାର ଗଛରେ ପିଟି ହୋଇଥିବା ଦେଖିବାକୁ ମିଳିଛି। ଘନ କୁହୁଡି ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏଥିରେ ଡ୍ରାଇଭର ସୁରକ୍ଷିତ ଥିବା ବେଳେ କାର ଗାଡ଼ିର ସାମ୍ନାପଟ ସମ୍ପୂର୍ଣ ଭାଙ୍ଗିଯାଇଛି। ଉଭୟ ସ୍ଥାନରେ ଗାଡି ଗୁଡିକକୁ ପୋଲିସ ଜବତ ସହିତ ଅଧିକ ତଦନ୍ତ ଆରମ୍ଭ କରିଛି ।















