୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ନୂତନ ସିଭିଲ କୋର୍ଟ ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ତଥା ଭୂମିପୂଜା ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆୟୋଜିତ ଭୂମିପୂଜା କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଓଡିଶାର ଉଚ୍ଚନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ଯ ବିଚାରପତି ଜଷ୍ଟିସ ଡ.ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଓ ଅନ୍ୟତମ ବିଚାରପତି ଜଷ୍ଟିସ ଦେବବ୍ରତ ଦାଶ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ। ବାଣପୁର ବିଚାର ବିଭାଗୀୟ ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜଜ ନିଶିଥ ନିଶାଙ୍କ,
ବାଣପୁର ଜେଏମଏଫସି ସ୍ନାତକୀ ଦାସ, ଚିଲିକା ଜେଏମଏଫସି ବିକାଶ ଗୋଏଲ,ଉଭୟ ହାଇକୋର୍ଟ ତଥା ଖୋର୍ଦ୍ଧା ଜିଲ୍ଲା ବିଚାର ବିଭାଗୀୟ ରେଜିଷ୍ଟ୍ରାର, ପଦସ୍ଥ ବିଚାର ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚର୍କବର୍ତ୍ତୀ, ଏସପି ସିଦ୍ଧାର୍ଥ କଟାରିୟା , ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ବାଣପୁର ତହସିଲଦାର ଟି. ପଦ୍ମନାଭ ଦୋରା ବିଶେଷ ଅତିଥି ଭାବେ ଉପସ୍ଥିତ ହୋଇଥିଲେ ।
ଏହି ଅବସରରେ ବାଣପୁର ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନ ଓ ସମ୍ପାଦକ ସୁଧୀର ପ୍ରଧାନ ଙ୍କ ସମେତ ସଂଘ ର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ଆଇନଜୀବୀ ଙ୍କ ପକ୍ଷରୁ ଉଭୟ ଅତିଥି ଙ୍କୁ ପାଛୋଟି ନିଆଯାଇ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମୂଖ୍ୟ ବିଚାରପତି ଭୂମିପୂଜନ ସାରି ମା ଭଗବତୀ ଓ ରଙ୍କନାଥ ମନ୍ଦିର ରେ ପୂଜାର୍ଚ୍ଚନା କରି ନବବର୍ଷରେ ଆର୍ଶୀବାଦ ଗ୍ରହଣ କରିଥିଲେ।