୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ ଜିଲ୍ଲା :-> କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ଡାହାଳିଆବାଗ ଉନ୍ନୟନ ପରିଷଦର ନୂତନ କର୍ମ କର୍ତ୍ତାଙ୍କ ପକ୍ଷରୁ ସାମ୍ବଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଶପଥ ପାଠ ଉତ୍ସବ ପାଳନ କରାଯିବା ସହିତ , ନୃତ୍ୟ, ସଂଗୀତ, ଅଭିନୟ ମାଧ୍ୟମରେ ପୂରାତନ ବର୍ଷ ୨୦୨୩କୁ ବିଦାୟ ଦେବା ସହିତ ନୂତନ ବର୍ଷ ୨୦୨୪ କୁ ସ୍ୱାଗତ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ସିଦ୍ଧଗିରୀ ଆଶ୍ରମର ବାବା ବିଶ୍ୱନାଥ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ ।

ଏହି ଶପଥ ପାଠ ଉତ୍ସବରେ ଦୈବୀ ଚିକିତ୍ସକ ବାବା ଆର୍ତ୍ତତ୍ରାଣ , ସମାଜ ସେବୀ ପ୍ରଭାତ କୁମାର ନନ୍ଦ , ଆଡ଼ଭୋକେଟ କବିନାରାୟଣ ଜେନା, ପୂର୍ବତନ କର୍ପୋରେଟର ପ୍ରଫୁଲ୍ଲ ସାହୁ, ଚଳଚ୍ଚିତ୍ର ଅଭିନେତା ସାତ୍ୱକୀ ମଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ , ଡାହାଳିଆବାଗ ଉନ୍ନୟନ ପରିଷଦର ସଭାପତି ପୂର୍ବତନ କର୍ପୋରେଟର କୌଶିକ୍ ଜେନା, ଉପସଭାପତି ପ୍ରସନ୍ନ ପ୍ରଧାନ, ସୁମନ୍ତ ରାଉତ, କାର୍ଯ୍ୟ କାରୀ ସଭାପତି ରବିନ୍ଦ୍ର ଖିଲାର ,

ସାଧାରଣ ସଂପାଦକ ତୋଫାନ ସ୍ୱାଇଁ, ସଂପାଦକ ସଞ୍ଜୟ ଦାସ, ମହାସଚିବ ପ୍ରହଲ୍ଲାଦ କର,ସଂଗଠନ ସଂପାଦକ ରଘୁ ପ୍ରସାଦ ଶତପଥୀ,କୋଷାଧ୍ୟକ୍ଷ ପ୍ରଦିପ ଜେନା ପ୍ରମୁଖ ବିଭିନ୍ନ ପଦପଦବୀରେ ଥିବା ୧୫ ଜଣ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଯାଇଥିଲା । ଆୟୋଜିତ ଶପଥ ପାଠ ଉତ୍ସବରେ ନୂତନ କର୍ମକର୍ତ୍ତା,

ଅତିଥି, ଗଣମାଧ୍ୟମର ପ୍ରତିନିଧି, ନୃତ୍ୟ ଶିଳ୍ପୀ, ଅଭିନୟ କରିଥିବା କଳାକାର , ଉପସ୍ଥାପିକା, ଉପସ୍ଥାପକ, ପୂଜା କମିଟିର ସଭାପତି ,ସଂପାଦକ, ଡାହାଳିଆବାଗ ଗ୍ରାମ୍ୟ କମିଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କଟକ ନଗର ବିଜେଡିର ସଂପାଦିକା ତଥା ନାରୀନେତ୍ରୀ ଶିବାନୀ ଜେନା ପ୍ରମୁଖ ଡାହାଳିଆବାଗ ଗ୍ରାମ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।














