୩୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ଖୋର୍ଦ୍ଧା ଜିଲ୍ଲା ବୋଲଗଡ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ବୋଲଗଡ ବେଗୁନିଆ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ, ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ, ବୋଲଗଡ଼ ମହୋତ୍ସବର ଉପ – ସଭାପତି ଶ୍ରୀ କୃଷ୍ଣ ମୋହନ ପାଲଟା ସିଂହ, ଉପଦେଷ୍ଠା ଶ୍ରୀ ରବୀନ୍ଦ୍ର କୁମାର ପରିଡା, ଶ୍ରୀ ଅମ୍ବିକା ପ୍ରସାଦ ମହାନ୍ତି, ଶ୍ରୀ ମାନସ ରଞ୍ଜନ ପଟ୍ଟନାୟକ, ଶ୍ରୀ ବିଶ୍ଵମୋହନ ନରେନ୍ଦ୍ର, ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରଦୀପ୍ତ କିଶୋର ଛୋଟରାୟ ଓ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ରାୟଗୁରୁ,
ଓ ସଭ୍ୟା ଶ୍ରୀମତୀ ସୁନନ୍ଦିତା ସାହୁ, ବଡ଼ କୁମାରୀ ପଞ୍ଚାୟତ ସରପଂଚ ତଥା ଖୋର୍ଦ୍ଦା ଜିଲ୍ଲା ବିଜେଡ଼ି ଉପ- ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପ୍ରଧାନ, ସମାଜ ସେବୀ ଜୟ କୃଷ୍ଣ ଦଳବେହେରା, ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଫୁଲ୍ଲ କୁମାର ସିଂହ ପ୍ରମୁଖ ଯୋଗ ଦେଇ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ଧୂପ ଦେଇ, ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇ ଥିଲା। ମହୋତ୍ସବ ସମ୍ପାଦକ ଶ୍ରୀଯୁକ୍ତ ବୀର ଦାଶ ଅତିଥି ମାନଙ୍କୁ ମଞ୍ଚକୁ ସ୍ଵାଗତ କରି ଥିଲେ ଓ ଉପଦେଷ୍ଟା ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରି ସ୍ବାଗତ ଭାଷଣ ଦେଇଥିଲେ।
ବଇଁଶିଧର ମହାବିଦ୍ୟାଳୟ ବୋଲଗଡର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ସଭାପତିଙ୍କ ଦ୍ଵାରା ସଭାକାର୍ଯ୍ୟ ପରିଚାଳନା କରାଯାଇଥିବା ବେଳେ ଶ୍ରୀଯୁକ୍ତ ନାରାୟଣ ମାର୍ଥା, ଗୋପାଳ ଚନ୍ଦ୍ର ରାଜଗୁରୁ, ବିରେନ୍ଦ୍ର କୁମାର ରାଉତରାୟ, ବିଷ୍ଣୁ ପ୍ରସାଦ କର , ଗୋବିନ୍ଦ ଚନ୍ଦ୍ର ପଣ୍ଡା ଅନୀଲ କୁମାର ନାୟକ ଓ ଶ୍ରୀମତୀ ସୁଶ୍ରୀ ଅଶ୍ଳେଷା ସ୍ୱାଇଁ ପ୍ରମୁଖଙ୍କୁ ମହୋତ୍ସବ ତରଫରୁ ସମ୍ମାନିତ କରାଯାଇଥିଲା । ମହୋତ୍ସବରେ ଉନ୍ମୋଚିତ ସ୍ୱାସ୍ଥ୍ୟ ଦର୍ପଣ ପୁସ୍ତକର ପ୍ରକାଶକ ତଥା ଗୋପାଳପୁର ପଞ୍ଚାୟତ ସରପଞ୍ଚ ଶ୍ରୀ ପ୍ରଦୀପ କୁମାର ବାରିକଙ୍କୁ ମଞ୍ଚସ୍ଥ ଅତିଥି ମାନେ ସମ୍ବର୍ଦ୍ଧିତ କରିବା ସହିତ ପୁସ୍ତକର ଅନ୍ତର୍ନିହିତ ବିଷୟ ବସ୍ଥୁକୁ ସର୍ବ ସମ୍ମୁଖରେ ଆଲୋକ ପାତ କରିଥିଲେ ଓ ବୋଲଗଡ଼ ମହୋତ୍ସବର ଉତ୍ତୋରୁତର ଉନ୍ନତୀ କାମନା କରିଥିଲେ ।
ମୁଖ୍ୟ ଆକର୍ଷଣ ପୂର୍ବକ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ରୀମତୀ ଅଳକା ମହାନ୍ତି ଦର୍ଶକ ମାନଙ୍କୁ ନାଚ ଗୀତ ପରିବେଷଣ କରି ଆମୋଦିତ କରିଥିଲେ। ଉକ୍ତ କାର୍ଯ୍ୟ କ୍ରମର ସଂଯୋଜନା ଶ୍ରୀଯୁକ୍ତ ପ୍ରସାନ୍ତ କୁମାର ମହାପାତ୍ର ଓ ଶ୍ରୀଯୁକ୍ତ ଗୁରୁକୃଷ୍ଣ ଦୁଃଖାନନ୍ଦ ସାମନ୍ତରାୟ କରିଥିବାବେଳେ, ଶ୍ରୀଯୁକ୍ତ କାବୁ ଚମ୍ପତିରାୟ (ସ୍ମରଣିକା ସମ୍ପଦକ ବୋଲଗଡ଼ମହୋତ୍ସବ) ଧନ୍ୟବାଦ୍ ଅର୍ପଣ କରିଥିଲେ।