No Result
View All Result
୩୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ବିଶିଷ୍ଟ ସମକାଳୀନ ଓଡ଼ିଆ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କୁ ତାଙ୍କର ନିରବଚ୍ଛିନ୍ନ ନାଟ୍ୟ ସାଧନା ପାଇଁ ଆଜି ଖଲିକୋଟ ଲଙ୍ଗଳେଶ୍ବର ସ୍ଥିତ ଆଞ୍ଚଳିକ କଳା ଓ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଅନୁଷ୍ଠାନ ର ୨୯ ତମ ପୂଜ୍ୟପୂଜା ଉତ୍ସବ ରେ ନାଟ୍ୟ ଶିରୋମଣି ସମ୍ମାନ ରେ ସମ୍ମାନିତ କରାଯାଇଅଛି ।
ତିନି ଦିନ ଧରି ଚାଲିଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ର ଅନ୍ତିମ ଦିବସ ରେ ଆଜି ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ର ମୁଖ୍ୟ ସଚିଵ ଦଣ୍ଡପାଣି ମହାପାତ୍ର , ଅଧ୍ୟାପକ ଆଭାକାନ୍ତ ମହାନ୍ତି, ଅଧ୍ୟାପକ ବିଷ୍ଣୁପ୍ରସାଦ ଦାଶ, ଜୟପୁର ଆକାଶବାଣୀ ର ସ୍ଵୀକ୍ରୃତି ପ୍ରାପ୍ତ ଗୀତିକାର ପ୍ରମୋଦ ରାଉଳ,
ଅନୁଷ୍ଠାନ ର ନିର୍ଦ୍ଦେଶକ ପ୍ରହଲ୍ଲାଦ ବେହେରା ଙ୍କ ହାତରୁ ଶ୍ରୀ ପ୍ରଧାନ ଏହି ମାନପତ୍ର ଓ ଉପଢ଼ୌକନ ଗ୍ରହଣ କରିଛନ୍ତି। ସୂଚନା ଯୋଗ୍ୟ ଯେ ଶ୍ରୀ ପ୍ରଧାନ ଶତାଧିକ ନାଟ୍ୟ ନିର୍ଦ୍ଦେଶନା ଏବଂ ସ୍ବରଚିତ ୪୦ରୁ ଉର୍ଦ୍ଧ୍ବ ନାଟକର ପ୍ରଯୋଜନା ଦାୟିତ୍ୱ ନେଇ ବିଭିନ୍ନ ରାଜ୍ୟ, ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଓଡ଼ିଆ ନାଟକ ଚାରି ଦଶକ ଧରି ପରିବେଷଣ କରିବା ସହ ଓଡ଼ିଆ ନାଟ୍ୟ ଜଗତକୁ ସମୃଦ୍ଧ କରି ଆସୁଛନ୍ତି। ଏଥିପାଇଁ ପୂର୍ବରୁ ସେ ନାଟ୍ୟଶ୍ରୀ,ନାଟ୍ୟ ଗୌରବ ,ନାଟ୍ୟରତ୍ନ ଆଦି ବହୁ ସମ୍ମାନରେ ସମ୍ମାନିତ.
No Result
View All Result