ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣା କର ରାଇକାଙ୍କ ପରଲୋକ ରେ ବିଭିନ୍ନ ମହଲରେ ଶୋକ – ପାରଳଖେମୁଣ୍ଡି

ଓଡିଶା ତାଜା ନ୍ୟୁଜ୍ (୨୧ ଜୁଲାଇ ମଙ୍ଗଳବାର ) ପାରଳଖେମୁଣ୍ଡି :- ଗଜପତି ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ କରୁଣା କର ରାଇକା ଙ୍କ ପରଲୋକ ହୋଇଯାଇଥିବା ଖବର ଜଣା ପଡ଼ିବା ପରେ ସମଗ୍ର ଗଜପତି ଜିଲ୍ଲାରେ ଏକ ପ୍ରକାର ଶୋକ ର ଛାୟା ଖେଳାଇ ଦେଇଛି । ଅତିରିକ୍ତ ଜିଲ୍ଲାପାଳ କରୁଣା କର ରାଇକଙ୍କ ଘର ହେଉଛି ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ ରେ । ତାଙ୍କର ପରିବାର ବର୍ଗ ସବୁ ବ୍ରହ୍ମପୁରରେ ରହୁଥିଲେ । ସେ ଗଜପତି ଜିଲ୍ଲାର ଏକ ମାତ୍ର କୋଭିଡ୍ ହସ୍ପିଟାଲ୍ ଦାୟିତ୍ୱରେ ଆରମ୍ଭରୁ ହିଁ ରହି ଆସିଥିଲେ । କିଛି ଦିନ ତଳେ ତାଙ୍କୁ ଥଣ୍ଡା ଜ୍ବର ହେବାରୁ ବ୍ରହ୍ମପୁରରେ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିିକିତ୍ସା ପାଇଁ କଟକ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି ।

ସେ ଜଣେ କର୍ତ୍ତବ୍ୟ ନିଷ୍ଠା ଓ ମିଷ୍ଠ ଭାଷୀ ଅଧିକାରୀ ଥିଲେ ଏଭଳି ଅଧିକାରୀ ରାଜ୍ୟ ସରକାରଙ୍କୁ ଓ ଗଜପତି ଜିଲ୍ଲା ବାସି ପାଇବା କଷ୍ଟ କର । ଗଜପତି ଜିଲ୍ଲାରେ ସ୍ବର୍ଗତ କରୁଣାକରରାଇକାଓଟିଏଲ୍ପିଅଧିକାରୀ, ରାୟଗଡ଼ ବିଡ଼ିଓ ଓ ମୋହନl ତୋହସିଲଦlର ଭାବେ ନିଷ୍ଠାର ସହ ଦାୟିତ୍ଵ ନିର୍ବାହ କରିଥିଲେ । ଗଜପତି ଜିଲ୍ଲାର ଜନସାଧାରଣଙ୍କ ପାଖରେ ସେ ଜଣେ ଲୋକ ପ୍ରିୟ ଓ ସଚ୍ଚୋଟ ପ୍ରଶାସନିକ ଅଧିକାରୀ ଭାବେ ନିଜକୁ ପ୍ରତଷ୍ଠିତ କରି ପାରିଥିଲେ । ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ଭୋଲ ପାଉଥିଲେ । ତାଙ୍କ ମୃତ୍ୟୁରେ ଗଜପତି ଜିଲ୍ଲା ପ୍ରଶାସନିକ ମହଲରେ ଶୋକ ର ଛାୟା ଖେଳାଇ ଦେଇଛି ।

ତାଙ୍କ ମୃତ୍ୟୁରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଉପଜିଲ୍ଲପାଳ ସଂଗ୍ରାମ କେଶରୀ ପଣ୍ଡା, ରାୟଗଡ଼ା ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବର, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗୋମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ଆଦିବାସୀ ନେତା ଅନ୍ତର୍ଯ୍ୟାମୀ ଗୋମାଙ୍ଗ, ଗୁଣପୁର ପିଏ ଆଇ ଟି ଡି ଏ ଗୋରାଚାନ୍ଦ ଗୋମାଙ୍ଗ, ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ସିଦ୍ଧେଶ୍ୱର ମିଶ୍ର, ଜି. ରବଣା, ଜିଲ୍ଲା କଂଗ୍ରେସ ସଭାପତି ବିଭୁତି ପାତ୍ର, ନଗର କଂଗ୍ରେସ୍ ସଭାପତି ବସନ୍ତ ପଣ୍ଡା, ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ଡିଯେନ ପାଢ଼ୀ, ନବିନା ନନ୍ଦ ଗନ୍ତାୟତ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି । (ପାରଳଖେମୁଣ୍ଡି –ଗରୁଡ଼ ଧ୍ଵଜ ଚୌଧୁରୀ)