୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ତାନ୍ଦପୁର :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଓସ୍ତପଡା ଗ୍ରାମର ବହୁ ଚର୍ଚିତ ଚାଷୀ ଆତ୍ମହତ୍ୟା କରିଥବା ଗୋବିନ୍ଦ ସାହୁ ନଭେମ୍ବର ମାସ ୫ତାରିଖ ରେ ଧାନକ୍ଷେତ ରେ ପାଣି ଅଭାବରୁ ଧାନ ଫସଲ ଉଜୁଡି ଯିବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିଥିବା ଚାଷୀ ଙ୍କ ପରିବାର କୁ ଭେଟି ସମବେଦନା ଜଣାଇବା ସହ ମୃତ ଚାଷୀ ଙ୍କ ଧାନକ୍ଷେତ ରେ ବୋରୱେଲ ଖୋଳିବା ପାଇଁ ପ୍ରତିଶୃତି ଦେଇଥିଲେ ବିଜେପି ର ରାଷ୍ଟ୍ରୀୟ ପ୍ରଵକ୍ତା ସମ୍ବିତ ପାତ୍ର,

ଆଜି ସେ ପ୍ରତିଶୃତି ପାଳନ କରି ବୋରୱେଲ ଖୋଳିଛନ୍ତି, ଏଥିରେ ପୂର୍ବତନ ମନ୍ତ୍ରୀ ସୁରମାପାଢ଼ୀ ,ନୟାଗଡ଼ ଜିଲ୍ଲା ବିଜେପି ସଭାପତି ଓ କର୍ମୀମାନେ ଯୋଗଦେଇଥିଲେ,ଆଜି ମୃତ ଚାଷୀ ଗୋବିନ୍ଦ ସାହୁ ଙ୍କ ଧାନକ୍ଷେତ ରେ ବୋରୱେଲ ଖୋଳି ଚର୍ଚ୍ଚା ରେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର,

ଏହି ବୋରୱେଲ ଯୋଗୁ ଏହି ଏରିଆ ର ଚାଷୀ ମାନଙ୍କର ଆଉ ଖରାଦିନେ ପାଣି ର ଅଭାବ ରହିବ ନାହିଁ, ବୋରୱେଲ ରୁ ପାଇପ ଯୋଗେ ଚାଷୀ ମାନେ ପାଣି ନେଇ ଯେ କୌଣସି ଚାଷ କରିପାରିବେ ଓ ପାଣି ଅଭାବରୁ କୌଣସି ଚାଷୀ ଆତ୍ମହତ୍ୟା କରିବେନାହିଁ ବୋଲି କହିଛନ୍ତି ରାଷ୍ଟ୍ରୀୟ ପ୍ରଵକ୍ତା ସମ୍ବିତ ପାତ୍ର ।















