No Result
View All Result
୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-> ଆର. ଉଦୟଗିରିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର, ଗଜପତି ଠାରେ ୧୯ ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ଶୁକ୍ରବାର ବୈଠକ ଅନୁଷ୍ଠିତ ହୋଇଯାଇଛି l କୃଷି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟିର ଡିନ ପ୍ରଫେସର ପ୍ରସନ୍ନ ଜିତ ମିଶ୍ରଂକ ତତ୍ତ୍ଵାବଧାନରେ, କୃଷି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟିର ଉପ ଯୁଗ୍ମ ନିର୍ଦ୍ଦେଶକ (UEBP) ପ୍ରଫେସର ପି. କେ. ମହାନ୍ତି ସଭାକାର୍ଯ୍ୟ ଅରମ୍ଭ କରିଥିଲେ l

ଆଇସିଏଆର – ଅଟାରି କଲିକତାର ପ୍ରମୁଖ ବୈଜ୍ଞାନିକ ଡ. ଅଭିଜିତ ହlଲଦlର, ଆଞ୍ଚଳିକ ଗବେଷଣା ସଂସ୍ଥା ଜି. ଉଦୟଗିରିର ବୈଜ୍ଞାନିକ ଅନଲାଇନ ମାଧ୍ୟମରେ ଯୋଗଦେଇଥିଲେ l କୃଷି ବିଜ୍ଞାନ କେନ୍ଦ୍ର ଗଜପତିର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ସଂଗ୍ରାମ ପରମଗୁରୁ, ଜିଲା ମୁଖ୍ଯ କୃଷି ଅଧିକାରୀ ଡ. ବଳରାମ ସୁବୁଦ୍ଧି, ଜିଲା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭଜିକା ପ୍ରକଳ୍ପ ନିର୍ଦ୍ଦେଶକ ଡ. ସୁରେଶ କୁମାର ପଟ୍ଟନାୟକ,

ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଡ. ସୁଶାନ୍ତ ରଞ୍ଜନ ଦାଶ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସା ଅଧିକାରୀ ଡ. ରମାକାନ୍ତ ରଣl, ଡ଼ି. ଡ଼ି. ଏମ. ନାବାର୍ଡ ଶ୍ରୀ ପ୍ରତୀକ ପଣ୍ଡl, କୃଷି ବିଜ୍ଞାନ କେନ୍ଦ୍ର ଗଂଜାମ – ୨ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ସୁଜିତ କୁମାର ନାଥ, କୃଷି ବିଜ୍ଞାନ କେନ୍ଦ୍ର ରାୟଗଡାର ବୈଜ୍ଞାନିକ ଶ୍ରୀ ରାଜୀବ ଟୁଡୁ, ଜିଲ୍ଲାର କୃଷକ ଓ କୃଷିଜୀବୀ ମହିଳା ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l

କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ଚଳିତ ବର୍ଷର ବିଭିନ କାର୍ଯ୍ୟକ୍ରମର ସଫଳତା ଏବଂ ଆଗାମୀ ବର୍ଷର ଖସଡ଼ା ବିଷୟରେ ଆଲୋଚନା କରାଯାଇଥିଲା l କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମକର୍ତ୍ତl ବୃନ୍ଦ ଉପସ୍ଥିତ ରହି ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ l

No Result
View All Result