୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :-> ନାଚୁଣୀ ମହାବିଦ୍ୟାଳୟ ରେ ଦୀର୍ଘ ଅଠର ଦିନ ଧରି ଚାଲିଥିବା ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ (ନୂଆ -ଓ) ଆଜି ଶୁକ୍ରବାର ଉଦ୍ ଯାପିତ ହୋଇ ଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟ ପରିସରରେ ଆୟୋଜିତ ସାଂସ୍କୃତିକ ମଞ୍ଚ ରେ ଅନୁଷ୍ଠିତ ସାଧାରଣ ସଭା ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ନାରାୟଣ ବଳିୟାର ସିଂହ ପୈ।ରୋହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ସାଂସଦ ଅମର ପ୍ରସାଦ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ସାଂସଦ ଶ୍ରୀମତୀ ସୁଲତା ଦେଓ,
ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଅରୁଣ କୁମାର ଦାଶ, ସାଂସ୍କୃତିକ ନୋଡାଲ ଅଧିକାରୀ ପ୍ରାଧ୍ୟାପକ ରାଜକିଶୋର ସାହୁ, ଓମ୍ ପ୍ରକାଶ ପ୍ରମୁଖ ଯୋଗଦେଇ ଯୁବ ଓଡ଼ିଶା,ନବୀନ ଓଡ଼ିଶା ର ଆଭିମୁଖ୍ୟ ସମ୍ପର୍କରେ ଉଦ୍ ଵୋଧନ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟକ୍ରମ ଗତ ଶୈକ୍ଷିକ ଦିଗ ସହ ଅନ୍ୟାନ୍ୟ ସହ ପାଠ୍ୟକ୍ରମ ଓ ଅତିରିକ୍ତ ପାଠ୍ୟକ୍ରମ ଦିଗରେ ଦକ୍ଷ ହେବାକୁ ଆହ୍ଵାନ ଦେଇଥିଲେ ।
ଏହି ଅବସରରେ ମହାବିଦ୍ୟାଳୟ ର ବାର୍ଷିକ ମୁଖପତ୍ର ମରାଳ ଉନ୍ମୋଚିତ ହୋଇଥିଲା। ବିଭିନ୍ନ ଦିବସରେ ହୋଇଥିବା କ୍ରୀଡା, ସାମାଜିକ ଓ ସାଂସ୍କୃତିକ ପ୍ରତି ଯୋଗିତା ର କ୍ରୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଅଧ୍ୟାପିକା ଲୀନା ନଦିଜା ସନ୍ ଯୋଜନା କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପିକା ଡଃ ସୁଭଦ୍ରା ଭୋଳ। କ୍ରୀଡା ର ନୋଡାଲ ଅଧିକାରୀ ଶାନ୍ତନୁ କୁମାର ମିଶ୍ର ଏବଂ ସାମାଜିକ କାର୍ଯ୍ୟକ୍ରମ ର ନୋଡାଲ ଅଧିକାରୀ ଗୋଲକ ବିହାରୀ ବାରିକ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କ ର ସହଯୋଗର ପ୍ରଶଂସା କରିଥିଲେ। ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଅଣ ଶିକ୍ଷକ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ସହାୟତା ପ୍ରଦାନ କରିଥିଲେ ।