୨୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :-> ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ (#ନୂଆ-ଓ) ରେ ଆଜି ନାଚୁଣୀ ମହାବିଦ୍ୟାଳୟ ପରିସରରେ ସାଂସ୍କୃତିକ ଵିଭାଵ ର ନ୍ରୃତ୍ୟ ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷ ଅରୁଣ କୁମାର ଦାଶ, ଅଧ୍ୟକ୍ଷ ନାରାୟଣ ବଳିୟାର ସିଂହ, ସାଂସ୍କୃତିକ ବିଭାଗ ର ନୋଡାଲ ଅଧିକାରୀ ପ୍ରାଧ୍ୟାପକ ରାଜକିଶୋର ସାହୁ ପ୍ରମୁଖ ଙ୍କ ଉପସ୍ଥିତି ରେ ହଜାର ହଜାର ଛାତ୍ର ଛାତ୍ରୀ ଦର୍ଶକ ଗ୍ୟାଲେରୀ ରେ ରହି ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ ।
ଏକକ ଶାସ୍ତ୍ରୀୟ ନ୍ରୃତ୍ୟ,ଗ୍ରୃପ୍ ଲୋକନୃତ୍ୟ,ଏକକ ଆଧୁନିକ ନ୍ରୃତ୍ୟ ପ୍ରତିଯୋଗିତା ପରେ ସାମାଜିକ ବାର୍ତ୍ତା ବହନ କରୁଥିବା ୫ଟି ସମସାମୟିକ ନାଟକ ଓ ଏକ ଆଧ୍ୟାତ୍ମିକ ନାଟକ ଯୁକ୍ତ ତିନି ଓ ଦୁଇ ଯୁକ୍ତ ଶ୍ରେଣୀ ର ପ୍ରତିଯୋଗୀ ଦଳ ମାନେ ମଞ୍ଚ ସ୍ଥ କରିଥିଲେ । ଏହି ନାଟକ ଗୁଡିକ ହେଲା ଶିକ୍ଷା ବିଭାଗର ସଙ୍ଗ୍ରାମ କେଶରୀ ହରିଚନ୍ଦନ ଙ୍କ ରଚିତ ଏବଂ ନିର୍ଦ୍ଦେଶିତ କନ୍ୟା ରତ୍ନ, ରାଜନୀତି ବିଜ୍ଞାନ ବିଭାଗ ର ଅଧ୍ୟାପକ ସୁମନ୍ତ ରାଉତ ଙ୍କ ରଚିତ ଏବଂ ନିର୍ଦ୍ଦେଶିତ ଅକୁହା କଥା, ଉଦ୍ଭିଦ ଵିଜ୍ଞାନ ବିଭାଗର ଅଧ୍ୟାପିକା ସୁଶ୍ରୀ ସନ୍ତୋଷୀଙ୍କ ନିର୍ଦ୍ଦେଶିତ ରସାୟନ ବିଜ୍ଞାନ ଵିଭାଗର ଶ୍ରୀମା ଶାରଦା ବେହେରା ଙ୍କ ରଚିତ ହେ ଈଶ୍ଵର ଏବଂ ଅଧ୍ୟାପକ ଦିଲ୍ଲୀପ କୁମାର ବେହେରା ଙ୍କ ନିର୍ଦ୍ଦେଶିତ ଧଳା ଜହର,

ସଂସ୍କୃତ ଵିଭାଵ ର ସଂଗ୍ରାମ ହରିଚନ୍ଦନ ଙ୍କ ରଚିତ ଏବଂ ନିର୍ଦ୍ଦେଶିତ ନାଟକ ଯୈ।ତୁକ ରାକ୍ଷସ,+୨ଶ୍ରେଣୀ ଛାତ୍ର ମାନଙ୍କ ପ୍ରଦର୍ଶିତ ନାଟକ ଏକ ମଧ୍ୟ ଵିତ୍ତ ପରିବାରର କାହାଣୀ।ନାଟକ ଗୁଡିକ ବଳିଷ୍ଠ କଥାବସ୍ତୁ ଉପରେ ପର୍ଯ୍ୟବେସିତ ଥିଲା ଏବଂ ସମସ୍ତ ଅଭିନେତା, ଅଭିନେତ୍ରୀ ଜୀବନ୍ତ ଅଭିନୟ କରିଥିଲେ । ତେବେ ବିଚାରକ ମଣ୍ଡଳୀ ଦ୍ଵାରା ନାଟକ କନ୍ୟା ରତ୍ନ ଶ୍ରେଷ୍ଠ ବିବେଚିତ ହୋଇ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା କୁ ଉନ୍ନୀତ ହୋଇଥିଲା। ନ୍ରୃତ୍ୟ ପ୍ରତିଯୋଗିତା ର ବିଚାରକ ଭାବେ ଓଡ଼ିଶୀ ନ୍ରୃତ୍ୟ ଗୁରୁ ବିଜୟ ଲକ୍ଷ୍ମୀ ବଳିୟାର ସିଂହ,
ଲୋକନୃତ୍ୟ ଗୁରୁ ଗୋବିନ୍ଦ ଚନ୍ଦ୍ର ଜାଲି ଯୋଗ ଦେଇ ଥିବା ବେଳେ ନାଟକ ପ୍ରତିଯୋଗିତା ର ବିଚାରକ ଭାବେ ନାଟ୍ୟ ଶ୍ରୀ ଭିକାରୀ ଚରଣ ପ୍ରଧାନ, ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ଵାଇଁ ଏବଂ ଵରିଷ୍ଠ ଅଭିନେତା ଦିଲ୍ଲୀପ କୁମାର ଦାଶ ଯୋଗ ଦେଇ ଥିଲେ । ଅଧ୍ୟାପିକା ଡଃ ସୁଭଦ୍ରା ଭୋଳ, ଅଧ୍ୟାପିକା ଲୀନା ନଦିଜା କାର୍ଯ୍ୟକ୍ରମ ରେ ସମ୍ପୂର୍ଣ ସହଯୋଗ କରିଥିଲେ । ସଙ୍ଗୀତ ସନ୍ ଯୋଜନା ରେ ଥିଲେ ଅଜିତ କୁମାର ମିଶ୍ର, କଣ୍ଠଦାନ କରିଥିଲେ ଛାତ୍ରୀ ସୋଜାଲିନ୍ ଅରିଶଲ୍ୟ ।














