No Result
View All Result
ବାଡ଼ିରୁ କୋବି ତୋଳିବାରୁ ମା’ଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲା ପୁଅ
ଗୁରୁତର ମାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କଲେ ଗାଁ ଲୋକ, କେନ୍ଦୁଝର ଡାକ୍ତରଖାନାରେ ୭୦ ବର୍ଷୀୟା ମା’

୨୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚମ୍ପୁଆ :-> ଚମ୍ପୁଆ ଥାନା ଅନ୍ତର୍ଗତ ସରାସପଶି ଗ୍ରାମ ଘଟଣା ପୁଲିସ ବୃଦ୍ଧାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ପ୍ରାପ୍ତ ସୂଚନା ଅନୁସାରେ, ସରାସପଶି ଗ୍ରାମର ସୁଭଦ୍ରା ମହାନ୍ତଙ୍କ ଦୁଇପୁଅ ଦୁଇପୁଅ ଓ ମା ସମସ୍ତେ ଅଲଗା ରହୁଛନ୍ତି। ସୁଭଦ୍ରା ସାନପୁଅ ଶତ୍ରୁଘ୍ନଙ୍କ ବାଡ଼ିରୁ ଏକ କୋବି ତୋଳି ନେଇ ଖାଇ ଦେଇଥିଲେ। ଏ ସମ୍ପର୍କରେ ଜାଣିବା ପରେ ଶତ୍ରୁଘ୍ନ ମାଙ୍କ ସହ ଝଗଡ଼ା କରିଥିଲା ।
ଏଥିରେ ଉତ୍ୟକ୍ତ ହୋଇ ଶତ୍ରୁଘ୍ନ ମା ସୁଭଦ୍ରାଙ୍କୁ ଗାଁ ମଝିରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲା । ଗ୍ରାମବାସୀ ଛଡ଼ାଇବାକୁ ଆସିବାରୁ ସେମାନଙ୍କୁ ଓଲଟା ଧମକଚମକ ଦେଇଥିଲା । ଏ ସମ୍ପର୍କରେ ଗ୍ରାମବାସୀ ଚମ୍ପୁଆ ଥାନାକୁ ଜଣାଇଥିଲେ । ଚମ୍ପୁଆ ପୁଲିସ ପହଞ୍ଚି ବୃଦ୍ଧା ସୁଭାଦ୍ରାଙ୍କୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି ।

No Result
View All Result