ଓଡିଶା ତାଜା ନ୍ୟୁଜ୍ (୨୦ ଜୁଲାଇ ସୋମବାର) ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରେ ଆଜି 21 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 9 ଜଣ କ୍ଵାରେଣ୍ଟଇନ କେନ୍ଦ୍ରରୁ ହୋଇଥିବା ବେଳେ 12 ଲୋକାଲ କଣ୍ଟାକ୍ଟରୁ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଲୋକାଲ କଣ୍ଟାକ୍ଟର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଲୋକ ଆସିଥିବା ସନ୍ଦେହ କରି ଉମର ପଂଚାୟତ ସରପଞ୍ଚ ନିରୁପମା ମହାପାତ୍ର ଉମର ଗ୍ରାମକୁ ତିନିଦିନିଆ କଣ୍ଟନମେଣ୍ଟ ଜୋନ ଘୋଷଣା କରିଛନ୍ତି ।
ସେହିପରି ଗୋକନ ପଂଚାୟତ ସରପଞ୍ଚ ପଦ୍ମନାଭ ସେଠି ଆଳୁନଟା ଗ୍ରାମର 6 ଟି ୱାର୍ଡ କୁ ମଧ୍ୟ କଣ୍ଟନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଏହି ଗାଁ ମାନଙ୍କରେ ଥିବା ବ୍ୟାଙ୍କ ସମେତ ସମସ୍ତ ବଜାର କୁ ବନ୍ଦ ସମ୍ପୁର୍ଣ୍ଣ ବନ୍ଦ କରାଯିବାସହ ଛକର ମୁଖ୍ୟ ରାସ୍ତା କୁ ବାଡ଼ ଦେଇ ସିଲ କରାଯାଇଛି । ପଂଚାୟତ ପକ୍ଷରୁ ସମ୍ପୁର୍ଣ୍ଣ ଗ୍ରାମକୁ ସାନିଟାଈଜ କରାଯିବା ସହ ଅବାଧ ପ୍ରଵେଶ କୁ ବାରଣ କରାଯାଇଥିବା ଓ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଉମର ସରପଞ୍ଚ ପ୍ରତିନିଧି ଚିତ୍ତରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓ ଙ୍କୁ ଜଣାଯାଇଛି ବୋଲି ଉଭୟ ପଂଚାୟତ ର ସରପଞ୍ଚ ସୂଚନା ଦେଇଛନ୍ତି । (ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ)