କୋଟି ବ୍ରହ୍ମାଣ୍ଡନାୟକ ମହାବାହୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନି ଉତ୍ସବ

୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ ଜିଲ୍ଲା :-> ପାଇଁ ପୁରିଧାମରୁ ବଡ଼ଠାକୁରଂକ ସେବାୟତ ମାନେ ଆସି ପ୍ରଭୁ ନୃସିଂହନାଥଂକୁ ନିମନ୍ତ୍ରଣ କରିଛନ୍ତି । ନୂଆପଡ଼ାରୁ ପ୍ରଭୁ ନୃସିଂହନାଥଂକ ମନ୍ଦିର ଅଭିମୁଖେ ବାହାରିଥିବା ସେବାୟତ ଶ୍ରୀ ବିପିନ ପତ୍ରୀ, ଶ୍ରୀ ଜୟକୃଷ୍ଣ ମହାପାତ୍ର, ଶ୍ରୀ ସିକନ୍ ପତ୍ରୀ ଓ ଡେପୁଟି ଡାଇରେକ୍ଟର – ପ୍ଲାନିଂ ଶ୍ରୀ ସୂର୍ଯ୍ଯନାରାୟଣ ତ୍ରିପାଠିଂକୁ ବରଗଡ଼ ଜିଲ୍ଲାର ଧାରୋଲ ଗ୍ରାମଠାରେ ପଦ୍ମପୁର ଉପ-ଜିଲ୍ଲାପାଳ ଶ୍ରୀ ଆଲୋକ ପଟେଲ ,

ଉପଖଂଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ବିନାୟକ ମିଶ୍ର ଓ ଏଡିଡ୍ବ୍ଲୁଓ ସିଦ୍ଧାର୍ଥ ପଟ୍ଟନାୟକ ଭବ୍ଯ ସ୍ବାଗତ କରିଥିଲେ। ଜୟ ଜଗନ୍ନାଥ ଶୁଭଧ୍ବନି, ହୁଳହୁଳି ଓ ସଂକିର୍ତ୍ତନ ଦ୍ବାରା ସେମାନଂକୁ ସ୍ବାଗତ କରାଯାଇଥିଲା ଓ ଅଧିକାରୀ ମାନେ ତାଂକୁ ନୃସିଂହନାଥ ମନ୍ଦିରକୁ ପାଛୋଟି ନେଇଥିଲେ । ପ୍ରଭୁ ନୃସିଂହନାଥଂକ ମନ୍ଦିରରେ ସେବାୟତ ମାନଂକୁ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଲାଟ ଲୁହାଂକ ନେତୃତ୍ବରେ ମନ୍ଦିର କମିଟି ଓ ପ୍ରଶାସନ ତରଫରୁ ସ୍ବାଗତ କରାଯାଇଥିଲା ।

ଦୁଇଟି କୀର୍ତ୍ତନ ମଣ୍ଡଳୀ ଶୋଭାଯାତ୍ରା ମାଧ୍ଯମରେ ସେବାୟତ ମାନଂକୁ ମନ୍ଦିର ମଧ୍ଯକୁ ପାଛୋଟି ନେଇଥିଲେ । ମନ୍ଦିରରେ ସେବାୟତ ମାନେ ପ୍ରଭୁ ନୃସିଂହନାଥଂକ ଆଳତୀ ଦର୍ଶନ କରିବା ସହ ସାମୁହିକ ପ୍ରାର୍ଥନାରେ ଅଂଶଗ୍ରହଣ କରିଥିଲେ । ତାପରେ ସେମାନେ ପ୍ରଭୁ ନୃସିଂହନାଥଂକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନି ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ ।

ଏକ ଆଧ୍ଯାତ୍ମିକ ଭାବବିହ୍ବଳ ପରିବେଶ ମଧ୍ଯରେ ସେମାନେ ପ୍ରଭୁଂକ ସହ ସମସ୍ତ ସେବାୟତ ଓ ଭକ୍ତମଣ୍ଡଳୀଂକୁ ଉକ୍ତ ଉତ୍ସବକୁ ନିମନ୍ତ୍ରଣ କରିଥିଲେ । ଏହି କାର୍ଯ୍ଯକ୍ରମରେ ପାଇକମାଲ ତହସିଲଦାର ଶ୍ରୀମତୀ ସିନ୍ଧୁସୁତା ପାତ୍ର, ମନ୍ଦିର ନିର୍ବାହି ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଉପସ୍ଥିତ ରହି ଉପସ୍ଥିତ ରହି ପରିଚାଳନା କରିଥିଲେ ।