• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଜେଡ଼ି-ବିଜେପି ଭାଗୁଆଳି ସରକାରର କଳିଙ୍ଗ ନଗରର ଆଦିବାସୀ ଗଣହତ୍ୟା

Proprietor Abhimanyu Maharana by Proprietor Abhimanyu Maharana
December 28, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ବିଜେଡ଼ି-ବିଜେପି ଭାଗୁଆଳି ସରକାରର କଳିଙ୍ଗ ନଗରର ଆଦିବାସୀ ଗଣହତ୍ୟା
Share on FacebookShare on TwitterWhatsapp

ରାଜ୍ୟବ୍ୟାପୀ ୧୮ତମ ବାର୍ଷିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବ କଂଗ୍ରେସ

୨୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :-> ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ନବୀନ ସରକାର ଏକ ଆଦିବାସୀ ବିରୋଧି ସରକାର । ଦୀର୍ଘ ୨୪ ବର୍ଷର ଶାସନରେ ଆଦିବାସୀ ସଂପ୍ରଦାୟର ଉନ୍ନତି ପାଇଁ ଏ ସରକାର କେବେ କାର୍ଯ୍ୟ କରିନାହିଁ । ତତ୍‌କାଳୀନ ବିଜେଡ଼ି-ବିଜେପି ମେଂଟ ସରକାର ୨୦୦୬ ମସିହା ଜାନୁୟାରୀ ୨ ତାରିଖରେ ଟାଟା କମ୍ପାନୀକୁ ଜମି ଯୋଗାଇ ଦେବା ଉଦ୍ଦେଶ୍ୟରେ କଳିଙ୍ଗ ନଗର ଠାରେ ୧୩ ଜଣ ନିରୀହ ଆଦିବାସୀଙ୍କୁ ଗୁଳି କରି ହତ୍ୟା କଲେ । କଳିଙ୍ଗ ନଗର ନରସଂହାର ଏ ଅର୍ଦ୍ଧ ଶତାଦ୍ଦୀ ଇତିହାସରେ ସବୁଠାରୁ ବର୍ବରୋଚିତ, ଲୋମହର୍ଷଣକାରୀ ଓ ସରକାର ପ୍ରାୟୋଜିତ ହତ୍ୟାକାଣ୍ଡ ଅଟେ ।

ନିଜ ଭିଟାମାଟି ପାଇଁ ସଂଗ୍ରାମ କରୁଥିବା ନିରୀହ ଆଦିବାସୀଙ୍କ ରକ୍ତରେ ବିଜେଡ଼ି-ବିଜେପି ମେଂଟ ସରକାର ହୋରି ଖେଳିଲା । ଏହି ଜଘନ୍ୟ ହତ୍ୟାକାଣ୍ଡ ବିରୁଦ୍ଧରେ ବିଜେପି ମୁହଁ ଖୋଲିନଥିଲା । କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ କଳିଙ୍ଗ ନଗର ଆସି ଏହାକୁ “ଗ୍ରେଟ୍ ଟ୍ରାଜେଡ଼ି” ବୋଲି କହିଥିଲେ । ସେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । କଂଗ୍ରେସ ଦଳ ପକ୍ଷରୁ ପ୍ରତ୍ୟେକ ପରିବାରକୁ ୧ ଲକ୍ଷ ଟଙ୍କା ଏବଂ ତତ୍‌କାଳୀନ ଉପାସରକାର ପକ୍ଷରୁ ୫ ଲକ୍ଷ ଟଙ୍କା ଦିଆଯାଇଥିଲା । ସାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଦିବାସୀ ସଂପ୍ରଦାୟ ପ୍ରତି ନବୀନ ସରକାରଙ୍କ କ୍ରୁର ଆଚରଣ ଅତି ନିନ୍ଦନୀୟ ।

କଳିଙ୍ଗ ନଗର ପରି ରାୟଗଡ଼ା ଜିଲ୍ଲାର ମାଇକଂଚ, ନବରଙ୍ଗପୁରଜିଲ୍ଲାର ରାଇଘର ଓ କନ୍ଧମାଳ ଜିଲ୍ଲାର ଗୁମୁଡୁମାହା ଠାରେ ଏବଂ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ନବୀନ ସରକାର ଆଦିବାସୀମାନଙ୍କୁ ନିର୍ମମ ଭାବେ ହତ୍ୟା କରିଛି । ସ୍ୱାଧୀନତା ସଂଗ୍ରାମରେ ଏ ରାଜ୍ୟରେ ଆଦିବାସୀମାନଙ୍କର ଅବଦାନ ଅବିସ୍ମରଣୀୟ । ସହୀଦ ଲକ୍ଷ୍ମଣ ନାୟକ, ଧରଣୀଧର, ବିର୍ଷାମୁଣ୍ଡା, ମାଧୋ ସିଂ, ଚକରା ବିଶୋୟୀଙ୍କର ବଳିଦାନର ଗାଥା ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ମାତ୍ର ନବୀନ ସରକାର ସେ ଆଦିବାସୀ ସଂପ୍ରଦାୟଙ୍କ ପ୍ରତି ଆଜି ଅତି ଅନ୍ୟାୟ ଆଚରଣ କରୁଛି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଦୀର୍ଘ ୨୫ ବର୍ଷର ନିରବିଚ୍ଛିନ୍ନ ନବୀନ ସରକାର ଆଦିବାସୀମାନଙ୍କର ବିକାଶ ପାଇଁ କିଛି କରିନାହାନ୍ତି ।

ବେଦାନ୍ତ କମ୍ପାନୀକୁ ଅନୁକମ୍ପା ପ୍ରଦର୍ଶନ କରିବାକୁ ଯାଇ ନିୟମଗିରିର ଡଙ୍ଗରିଆ କନ୍ଧ, ଝରଣିଆ କନ୍ଧ, କୁଟିଆ କନ୍ଧଙ୍କୁ ବାସଚ୍ୟୁତ କରିବା ପାଇଁ ନବୀନ ସରକାର ଯେଉଁ ଷଡ଼ଯନ୍ତ୍ର କରିଥିଲେ ତାହାକୁ ଜନନାୟକ ରାହୁଲ ଗାନ୍ଧୀ ପଣ୍ଡ କରିଦେଲ । ନିଜକୁ ଆଦିବାସୀଙ୍କ ସରକାର ବୋଲି ଘୋଷଣା କରୁଥିବା ବିଜେଡ଼ି ସରକାରରେ ଆଦିବାସୀ ଅଧ୍ୟୁଷିତ ମାଲ୍‌କାନାଗିରି ଜିଲ୍ଲା ନିତିଆୟୋଗଙ୍କ ରିପୋର୍ଟ ଅନୁସାରେ ସବୁଠାରୁ ଗରୀବ ଜିଲ୍ଲା କାହିଁକି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ । ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କଂଗ୍ରେସ ଦଳ ସବୁବେଳେ ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସଂଗ୍ରାମ କରୁଛି ଓ କରିବ ।

ସୁତରାଂ ଆସନ୍ତା ଜାନୟାରୀ ୨ ତାରିଖ ଦିନ ସାରା ରାଜ୍ୟରେ ପ୍ରତ୍ୟେକ ଜିଲ୍ଲା ସଦର ମହକୁମା, ବ୍ଲକ ଓ ସହରାଂଚଳରେ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସାଧାରଣ ଜନତା ମିଳିତ ହୋଇ କଳିଙ୍ଗ ନଗର ଓ ରାଜ୍ୟର ଅନ୍ୟ ଜିଲ୍ଲାରେ ପୁଲିସ୍ ଗୁଳିରେ ମୃତ୍ୟୁବରଣ କରିଥିବା ଆଦିବାସୀମାନଙ୍କ ପ୍ରତି ମହମବତୀ ଜାଳି ଏବଂ ନିରବ ପ୍ରାର୍ଥନା କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସେମାନଙ୍କର ପରିବାର ବର୍ଗଙ୍କୁ ସମବେଦନା ଜଣାଇବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିିଳନୀରେ ପ୍ରଦେଶ କଂଗ୍ରେସ ମିଡ଼ିଆ ବିଭାଗର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା କହିଥିଲେ ଯେ କଳିଙ୍ଗ ନଗର ଆଦିବାସୀ ହତ୍ୟା ଘଟଣା ସ୍ୱାଧୀନୋତର ଓଡ଼ିଶା ଇତିହାସରେ ବିରଳ ।

ଏ କ୍ଷତ ଏ ଯାବତ ସୁଖି ନାହିଁ, କାରଣ ମୃତ୍ୟୁକଙ୍କ ପରିବାରକୁ ନ୍ୟାୟ ମିଳିନାହିଁ । ନ୍ୟାୟମୂର୍ତି ପ୍ରଦ୍ୟୁମ୍ନ ମହାନ୍ତି କମିଶନ ରିପୋର୍ଟ ଦେଲେ ଯେ ପୁଲିସ୍ ଗୁଳି କରିବା ପାଇଁ ନିର୍ଦ୍ଦେଶ ଦେବା ବ୍ୟତୀତ ଅନ୍ୟ କିଛି ପନ୍ଥା ନଥିଲା । ଗୁଳିକାଣ୍ଡ ଯଥାର୍ଥ ବୋଲି ପ୍ରତିପାଦିତ କରାଗଲା । ଏହା କଟା ଘା’ରେ ଚୂନ ଲାଗିବା ଭଳି ହେଲା । ଅନ୍ୟ ପକ୍ଷରେ ଆଦିବାସୀ ଜମି ଅଣ ଆଦିବାସୀଙ୍କୁ ହସ୍ତାନ୍ତର ଆଇନ ରେଗୁଲେସନ-୨/୧୯୫୬ ସଂଶୋଧନ ପ୍ରତ୍ୟାହୃତ ହେଲା ନାହିଁ । କେବଳ ସ୍ଥଗିତ ରହିଛି । ଆଦିବାସୀ ଶୋଷଣର ଏହାଠାରୁ ବଳି ବଡ଼ ଉଦାହରଣ କଣ ହୋଇପାରେ? ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଇସ୍ତାହାର କମିଟିର ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନ୍‌ଗୋ କହିଥିଲେ

ଯେ କଳିଙ୍ଗ ନଗର ହତ୍ୟାକାଣ୍ଡ ଘଟଣାକୁ ତତ୍‌କାଳୀନ ମେଂଟ ସରକାରରେ ରହିଥିବା ବିଜେପି ସମର୍ଥନ ଦେଲା । କାରଣ ଏହି ଘଟଣାକୁ ନେଇ ବିଜେପି ସରକାର ସମର୍ଥନ ପ୍ରତ୍ୟାହାର କଲାନାହିଁ । ବିଜେପିର କେନ୍ଦ୍ର ନେତୃତ୍ୱ ଚୁପ୍ ରହିଲେ । ଆଜି ଆଦିବାସୀମାନଙ୍କ ପାଇଁ ବିଜେପି ମିଛ ଦରଦ ପ୍ରଦର୍ଶନ କରୁଛି । ଶ୍ରୀ କାନୁନ୍‌ଗୋ ବିଜୁ ଜନତାଦଳକୁ ପ୍ରଶ୍ନ କରିଛନ୍ତି ଯେ ୨୦୧୨-୧୩ ମସିହାରେ ୬୧୨ ଜଣ ଆଦିବାସୀଙ୍କୁ ଜେଲ୍‌ରେ ରଖାଯାଇଛି । ତାହାର ଚାର୍ଜସିଟ୍ ଏବଂ ଟ୍ରାଏଲ୍‌ ଏପର୍ଯ୍ୟନ୍ତ ହୋଇପାରି ନାହିଁ । ଏବେ ଏହି ସଂଖ୍ୟ ୧୧୦୦ କୁ ବୃଦ୍ଧି ପାଇଛି । ନିରୀହ ଆଦିବାସୀଙ୍କ ପ୍ରତି ନବୀନ ସରକାରଙ୍କର ଏ ଅବିଚାର କାହିଁକି ବୋଲି ଶ୍ରୀ ପଟ୍ଟନାୟକ ପଶ୍ନ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026

ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version