No Result
View All Result
୨୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା – ଜଟଣୀ :-> ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ପକ୍ଷରୁ ଆର୍ଟିଫିସିଆଲ ଇଣ୍ଟେଲଲିଜେନ୍ସ ଏବଂ ହାଇ ପରଫରମାନ୍ସ କମ୍ପ୍ୟୁଟିଂ କ୍ଷେତ୍ରରେ ଆନ୍ତର୍ବିଭାଗୀୟ ତଥା ସହଯୋଗଭିତ୍ତିକ ଗବେଷଣା ନିମନ୍ତେ ଏକ ନୂତନ ଏଆଇ ଆଣ୍ଡ୍ ଏଚପିସି ରିସର୍ଚ୍ଚ ସେଣ୍ଟର (ଏଏଚଆରସି) ପ୍ରତିଷ୍ଠା କରାଯାଇଛି। ଅନୁସନ୍ଧାନ, ନବସୃଜନ ତଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ହାଇ ପରଫରମାନ୍ସ କମ୍ପ୍ୟୁଟିଂ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଚଳିତ ବିଭିନ୍ନ ବାସ୍ତବଧର୍ମୀ ସମସ୍ୟାର ସମାଧାନ ଖୋଜିବା ପାଇଁ ଭାରତ ତଥା ବିଦେଶରେ ଥିବା ଅନ୍ୟ ପ୍ରତିଷ୍ଠିତ ଶିକ୍ଷା ଭିତ୍ତିକ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନ ଏବଂ ସରକାରୀ ଅନୁସନ୍ଧାନ ସଂଗଠନର ଅଂଶଗ୍ରହଣ ସହିତ ଏଏଚଆରସିକୁ ଏକ ଜାତୀୟ ଗବେଷଣା କେନ୍ଦ୍ର ଭାବରେ ସଂରଚିତ କରାଯାଇଛି। ଏଏଚଆରସି ଏକ ସହଯୋଗୀତା ମୂଳକ ଗବେଷଣା ପରିବେଶକୁ ପ୍ରୋତ୍ସାହିତ କରିବ ଯେଉଁଠାରେ ଏକାଧିକ ବିଭାଗ ଏବଂ ଏକାଧିକ ଅନୁଷ୍ଠାନର ବୈଜ୍ଞାନିକ ଏବଂ ଶିକ୍ଷାବିତ ମାନେ ଏକତ୍ରିତ ହୋଇ ଏହି ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର ସହ ତାଳ ଦେଇ ଅଗ୍ରଗତି ପାଇଁ ଏକ ସାଧନ ଓ ଜ୍ଞାନର ଉତ୍ସ ସୃଷ୍ଟି କରିବେ।

ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ, ଚିକିତ୍ସାବିଜ୍ଞାନ, କୃଷି, ମୌଳିକ ବିଜ୍ଞାନ, ଅର୍ଥଶାସ୍ତ୍ର, ଅର୍ଥନୀତି ଏବଂ ଅନ୍ୟାନ୍ୟ କ୍ଷେତ୍ରର ଗବେଷକ ମାନେ ଶିଳ୍ପ ଏବଂ ସମାଜ ସମ୍ମୁଖୀନ ହେଉଥିବା ସମସ୍ୟାର ସମନ୍ୱିତ ତଥା ବିସ୍ତୃତ ସମାଧାନ ଖୋଜିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବେ। ଏଏଚଆରସିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ଏବଂ ଉଦ୍ଭାବନ ପ୍ରମୁଖ ଅଂଶ ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ହାଇ ପର୍ଫମାନ୍ସ କମ୍ପ୍ୟୁଟିଂର ପ୍ରୟୋଗ, ଯାହା ଚିକିତ୍ସା, କୃଷି, ପରିବେଶ, ନିରନ୍ତର ବିକାଶ, ସ୍ମାର୍ଟ ସିଟି ଏବଂ ସାଇବର ସୁରକ୍ଷା ଭଳି କ୍ଷେତ୍ରକୁ ସିଧାସଳଖ ଲାଭାନ୍ଵିତ କରିବ।ଏଏଚଆରସି ବୋର୍ଡରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କର୍ମଲକର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିବେ ଏବଂ ଗବେଷଣା କେନ୍ଦ୍ରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ପ୍ରଫେସର ଅଶ୍ଵିନୀ କୁମାର ନନ୍ଦ କାର୍ଯ୍ୟ କରିବେ।
ଏଥି ସହିତ, ପ୍ରଫେସର ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଏବଂ ପ୍ରଫେସର ମନୋରଞ୍ଜନ ଶତପଥୀ ଏଏଚଆରସିର ଆସୋସିଏଟ ସେଣ୍ଟର ଡ଼ାଇରେକ୍ଟର ଭାବେ କାର୍ଯ୍ୟ ନିର୍ବାହ କରିବେ। ଆଇଆଇଟି ଭୁବନେଶ୍ୱରର ଏହି ଅଭିନବ ପଦକ୍ଷେପ ବିଷୟରେ ପ୍ରଫେସର ଶ୍ରୀପଦ୍ କର୍ମଲକର କହିଛନ୍ତି: “ଆଇଆଇଟି ଭୁବନେଶ୍ୱର ଦ୍ୱାରା ପ୍ରତିଷ୍ଠିତ ଏହି ଏକ ଜାତୀୟ ଅନୁସନ୍ଧାନ କେନ୍ଦ୍ର ରାଜ୍ୟ ତଥା ଭାରତର ଅନୁସନ୍ଧାନକାରୀଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ହାଇ ପରଫରମାନ୍ସ କମ୍ପ୍ୟୁଟିଂ କ୍ଷେତ୍ରରେ ଗବେଷଣା ପାଇଁ ଏକ ଅଗ୍ରଣୀ ପ୍ଲାଟଫର୍ମ ପ୍ରଦାନ କରିବ, ଯାହାକି ସାମ୍ପ୍ରତିକ ପରିସ୍ଥିତିରେ ଅତ୍ୟନ୍ତ ଆବଶ୍ୟକୀୟ। ଏଏଚଆରସି ବୈଜ୍ଞାନିକମାନେ ଏମ୍ସ ଭୁବନେଶ୍ୱର ଏବଂ ଆମେରିକାର ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ନ୍ୟୁୟର୍କର ବୈଜ୍ଞାନିକ ମାନଙ୍କ ସହଯୋଗରେ ଓଡିଶାର ଗ୍ରାମୀଣ ସମ୍ପ୍ରଦାୟରେ ଅନେକ ରୋଗର ନିରାକରଣ ଏବଂ ଜୀବନ ପ୍ରତି ବିପଦଜନକ ରୋଗ ପାଇଁ ଶୀଘ୍ର ସ୍କ୍ରିନିଂ ପାଇଁ ଏଆଇ ଉପକରଣ ପ୍ରସ୍ତୁତ କରିବାକୁ କାର୍ଯ୍ୟ କରୁଛନ୍ତି।

No Result
View All Result