୨୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ଼ ରେଲୱେ ଷ୍ଟେସନରେ “ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ” ଷ୍ଟଲ୍ ରେ ନାବାର୍ଡ ଦ୍ଵାରା ପ୍ରୋତ୍ସାହିତ ଚାଷୀ ଏଵଂ କାରିଗରଙ୍କ ର ଉତ୍ପାଦ ଗୁଡିକ ଉପଲବ୍ଧ ଅଛି। ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ ଷ୍ଟଲ୍ ହେଉଛି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ ଉପକୃତ କାରିଗର ଏବଂ ଶିଳ୍ପୀ ମାନଙ୍କ ପାଇଁ ଲାଭଦାୟକ। ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ଼ ରେଲୱେ ଷ୍ଟେସନରେ ଥିବା ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ ଷ୍ଟଲ୍ ରେ,କୃଷି ଏବଂ ଗ୍ରାମୀଣ ବିକାଶ ପାଇଁ ଜାତୀୟ ବ୍ୟାଙ୍କ (ନାବାର୍ଡ) ଦ୍ଵାରା ପ୍ରୋତ୍ସାହିତ ଚାଷୀ ଏଵଂ କାରିଗରଙ୍କ ର ଉତ୍ପାଦଗୁଡିକ ଉପଲବ୍ଧ ଅଛି।
ଉତ୍ପାଦଗୁଡ଼ିକ ହେଉଛି ହସ୍ତତନ୍ତ, ହସ୍ତଶିଳ୍ପ ଏବଂ ବ୍ୟବହାର ଯୋଗ୍ୟ ଦ୍ରବ୍ୟ ଯେ’ପରିକି ପୃଷ୍ଟିଶସ୍ୟ ଜାତୀୟ ଦ୍ରବ୍ୟ, ମହୁ ଇତ୍ୟାଦି। ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ: ସ୍ଥାନୀୟ କାରିଗର, କୁମ୍ଭକାର, ବୁଣାକାର, ହ୍ୟାଣ୍ଡଲୁମ୍ ବୁଣାକାର, ଆଦିବାସୀ ମାନଙ୍କର ଜୀବିକା ବୃଦ୍ଧି ତଥା କଲ୍ୟାଣ ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଏକ ଯୋଜନା। ରେଳ ଷ୍ଟେସନରେ ସେମାନଙ୍କ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମାର୍କେଟିଂ ଚ୍ୟାନେଲ ଭାବରେ କାର୍ଯ୍ୟ କରିବ।
ଏହି ପଦକ୍ଷେପରେ, ନାବାର୍ଡ ନିଜର ହାତକୁ ବଢ଼ାଇଛି ଏହାର କୃଷକ ଉତ୍ପାଦକ ସଂଗଠନ (ଏଫ୍ ପି ଓ)ଅଫ୍ ଫାର୍ମ ପ୍ରଡ୍ୟୁସର ଅର୍ଗାନାଇଜେସନ୍ (ଓ ଏଫ୍ ପି ଓ) ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ତିଆରି ହେଇଥିବା ଉତ୍ପାଦଗୁଡିକ ଓଏସ୍ଓପି ଷ୍ଟଲ ମାଧ୍ୟମରେ ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ବିକ୍ରୟ କରିବାକୁ ଉତ୍ସାହିତ କରିଛି। ରେଳ ଷ୍ଟେସନରେ ଥିବା ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ ଷ୍ଟଲ୍ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ ଉପକୃତ ହୋଇଥିବା କାରିଗର ଏବଂ ହସ୍ତଶିଳ୍ପ ଲୋକଙ୍କ ପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରୁଛି।
ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା, ଭାରତ ସରକାରଙ୍କ ଦ୍ୱାରା ବିଶ୍ୱକର୍ମା ସମ୍ପ୍ରଦାୟର କାରିଗର ଓ କାରିଗର ମାନଙ୍କୁ ସମର୍ଥନ ଏବଂ ଉନ୍ନତି ପାଇଁ ନିଆଯାଇଥିବା ଏକ ପଦକ୍ଷେପ। ବର୍ତ୍ତମାନ ଖୋର୍ଦ୍ଧାରୋଡ଼ ମଣ୍ଡଳରେ ୧୨ଟି ରେଳ ଷ୍ଟେସନରେ ଓଏସ୍ଓପି ଷ୍ଟଲସ୍ ଚାଲୁ ଅଛି।ସେ ଗୁଡିକ ହେଲା ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ରୋଡ଼, ବାଲୁଗାଁ, ଛତ୍ରପୁର, ବ୍ରହ୍ମପୁର, ପଲାସା, କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ଅନୁଗୁଳ ଏବଂ ଢେଙ୍କାନାଳ ରେଳ ଷ୍ଟେସନ। ଏହି ଷ୍ଟେସନରେ ସ୍ଥାନୀୟ କାରିଗରଙ୍କ ଉତ୍ପାଦ ପ୍ରଦର୍ଶିତ ହେଉଛି।













