୨୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା ଜିଲ୍ଲା :-> ବୋଲଗଡ଼ ବ୍ଲକ ସଂପୂର୍ ଗ୍ରାମର ବାଲୁଙ୍କେଶ୍ୱର ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଟାଙ୍ଗୀ ପଡ଼ିଆଠାରେ ଆୟୋଜିତ ତ୍ରୟୋଦଶତମ ଲକ୍ଷ୍ମୀଧର ସ୍ମାରକୀ କ୍ରିକେଟ ଟୁର୍ଣାମେଣ୍ଟର ବୁଧବାର ତୃତୀୟ କ୍ୱାର୍ଟରଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଖଣ୍ଡପଡା କ୍ରିକେଟ କ୍ଳବ୍ ଓ ଆରିକମା କ୍ରିକେଟ କ୍ଳବ୍ ମଧ୍ୟରେ ମୁକାବିଲା ହୋଇଥିଲା।ଖଣ୍ଡପଡ଼ା ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ୧୫ ଓଭର ୪ଟି ବଲ୍ ଖେଳି ସମସ୍ତ ଉଇକେଟ ହରାଇ ୮୨ ରନ ସ୍କୋର କରିଥିଲା।

ଏହାର ଜବାବରେ ଆରିକମା ଦଳ ୧୨ଓଭର ୨ଟି ବଲ ଖେଳି ୫ ଉଇକେଟ ବିନିମୟରେ ୮୪ ରନ ସ୍କୋର କରି ବିଜୟ ଲାଭ କରିବା ସହ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଏହି ମ୍ୟାଚଟିକୁ ଆମ୍ପେୟର ଭାବେ ରାଜା ମାନସିଂ ଓ ସତ୍ୟ ରଞ୍ଜନ ବେହେରା ପରିଚାଳନା କରିଥିଲେ।ଆଜିର ମ୍ୟାଚ୍ରରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନଜିବୀ ଅମୀୟ ପଟ୍ଟନାୟକ,

ମୁଖ୍ୟବକ୍ତା ଭାବେ ଯୁବ ସମାଜସେବୀ ସୁମନ୍ତ କୁମାର ପ୍ରଧାନ ଓ଼ ସଂମ୍ମାନିତ ଅତିଥିଭାବେ ପ୍ରସନ୍ନ କୁମାର ସ୍ୱାଇଁ,ଅମୁଲ୍ୟ ଫାଉଣ୍ଡେସନ ର ଅଧକ୍ଷା ତଥା ଆଇନ ଜିବୀ ମଧୁସ୍ମିତା ଲେଙ୍କା, ସମାଜସେବୀ ରାଜୀବ ସାମନ୍ତରାୟ, ରବୀନ୍ଦ୍ର ସାଥୁଆ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଯଦୁନାଥ ସାମନ୍ତରାୟ,, ଉମାକାନ୍ତ ଦେବାର୍ତ୍ତା ପଟ୍ଟନାୟକ, କାର୍ତ୍ତିକ ସ୍ୱାଇଁ ଓ଼ ବିନୋଦ କୁମାର ସାହୁ ପ୍ରମୁଖ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ଫୋଟଚିତ୍ରରେ ଫୁଲ,

ଚନ୍ଦନ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ। ଆୟୋଜକ କ୍ଳବ୍ ସଭାପତି ନିରଞ୍ଜନ ନାୟକ ମଞ୍ଚ ପରିଚାଳନା କରିଥିଲା ବେଳେ ସଦସ୍ୟ ରାମଚନ୍ଦ୍ର ପ୍ରଧାନ, ବିକାଶ ବଳିୟାରସିଂହ,ପ୍ରମୋଦ ପ୍ରଧାନ,ଲକ୍ଷ୍ମୀଧର ପ୍ରଧାନ,ଶରତ ବେହେରା, ବାବୁଲା ଜଗଦେବ ଓ ରାଜକିଶୋର ସ୍ୱାଇଁ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।














