୨୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :-> ମହିଳା ଓ ଶିଶୁଙ୍କ ଟୀକାକରଣ, କୋଭିଡ -୧୯ ସମୟରେ ଟୀକାକରଣ କେନ୍ଦ୍ରର ସଂପ୍ରସାରଣ ଦିଗରେ ଖବର ପ୍ରସାରଣ ଓ କୋଭିଡ ସମୟରେ ସ୍କୁଲ ପିଲାମାନଙ୍କ ପାଇଁ ଅନଲାଇନ୍ କ୍ଲାସର ସୁବ୍ୟବସ୍ଥା ଦିଗରେ ଖବର ପ୍ରସାରଣ ପାଇଁ ଓଡିଶା ସାମ୍ବାଦିକ ଶ୍ରୀ ସତୀଶ କୁମାର ଦାସଙ୍କୁ “ୟୁନିକୋର ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ” ସଂସ୍ଥା ଦ୍ବାରା ପୁରସ୍କୃତ କରାଯାଇଛି ।
ସଂଗଠନ ଦ୍ୱାରା ଶ୍ରୀ ଦାଶଙ୍କୁ “ସାଇନିଙ୍ଗ ଷ୍ଟାର ଟେଲେଣ୍ଟ ହୋନର ୨୦୨୩” ପୁରସ୍କାରରେ ସମ୍ମାନିତ କରାଯାଇଛି | ଏଥିପାଇଁ ଶୁଭେଛୁ ମାନେ ଶ୍ରୀ ଦାଶଙ୍କୁ ଅଭିନନ୍ଦନ ଜଣାଉଛନ୍ତି।ଶ୍ରୀ ଦାଶ ପ୍ରଥମେ ଏଏନ୍ଆଇ, ପରେ ଭରତ ୨୪ରେ କାମ କରୁଥିଲେ ଏବଂ ବର୍ତ୍ତମାନ ସେ ଟାଇମ୍ସ ନାଓ ନଵଭାରତରେ କାମ କରୁଛନ୍ତି | ଭାରତରେ ଏଥିପାଇଁ ଚୟନ କମିଟି ଓଡିଶା,
ଗୁଜୁରାଟ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ବିହାର, ଝାଡଖଣ୍ଡ, ଆସାମ, ମଧ୍ୟପ୍ରଦେଶ ଏବଂ ଚଣ୍ଡିଗଡ଼ରୁ ଦକ୍ଷ ସାମ୍ବାଦିକ ଚୟନ କରିଛି।ସତୀଶ କୁମାର ଦେଶର ଅନେକ ଖ୍ୟାତିସମ୍ପନ୍ନ ନ୍ୟୁଜ ଚ୍ୟାନେଲ ଏବଂ ଖବରକାଗଜ ସହିତ ଜଡିତ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ସମ୍ମାନ ଓ ପୁରସ୍କାର ପାଇଛନ୍ତି।














