No Result
View All Result
ସରପଞ୍ଚ ସୁଶିଲ କୁମାର ଗୁରୁ ଓ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ମଧ୍ୟରେ ହାତାହାତି ଭିଡ଼ିଓ ଭାଇରାଲ ଉଭୟ ପକ୍ଷ ରୁ ଥାନାରେ ମାମଲା , ।
ଅଧିକାରୀ ଙ୍କ ଏପରି କାର୍ଯ୍ୟ କୁ କୋଶଳମୁକ୍ତି ମୋର୍ଚ୍ଚା ,ସରପଞ୍ଚ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି ।
୨୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବଲାଙ୍ଗିର :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ମନ୍ଦିର ର ର ପାରିପାସ୍ଵିକ ବିକାଶ କାମ ଚାଲିଥିବା ବେଳେ କାମର ମାନ କୁ ନେ଼ଇ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ସରପଞ୍ଚ ସୁଶିଲ କୁମାର ଗୁରୁ ଓ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଦାସ ମଧ୍ୟ ରେ କଥା କଟାକଟି ଭିଡିଓ ଭାଇରାଲ ସହ ସହକାରୀ ଯନ୍ତ୍ରୀ ସରପଞ୍ଚ ଗୁରୁ କୁ ଚାପି ଧରିଥିବା ଭିଡିଓ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି।
ଏନେଇ ଉଭୟ ପକ୍ଷରୁ ଖପ୍ରାଖୋଲ ଥାନା ରେ ଅଭିଯୋଗ ହୋଇଥିବା ବେଳେ ଉଭୟ ଙ୍କୁ ପୋଲିସ ଅଟକ ରଖି ପଚରଉଚରା କରୁଥିବା ଜଣା ଯାଇଛି । ସୂଚନା ଅନୁସାରେ ମନ୍ଦିର ପାଖ କାମ କୁ ନେଇ ଉଭୟେ କଥା କଟା କଟି ହୋଇଥିବା ବେଳେ ସହକାରୀ ଯନ୍ତ୍ରୀ ଉତ୍ୟକ୍ତ ହୋଇ ସରପଞ୍ଚ ଗୁରୁଙ୍କୁ ଚାପି ଧରିଥିବା ଭିଡିଓ ଭାଇରାଲ ହେଉଛି । ଏନେଇ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଦାସ ଙ୍କୁ ପଚାରିବାରୁ ସୁଶୀଲ ଗୁରୁ ନିମ୍ନ ମାନର କାମ ହେଉଥିବା କହି ପ୍ରଥମେ ପାଟି ତୁଣ୍ଡ , ଅସଭ୍ୟ ଭାଷାରେ ଗାଳଗୁଲଜ ଏବଂ ପରେ ଏକ କାଠ ରେ ଆକ୍ରମଣ କରିଥିବା କହିଥିଲେ ।
ସେହିପରି ସୁଶୀଲ ଗୁରୁଙ୍କୁ ପଚାରିବାରୁ ନିମ୍ନ ମାନର କାମ ହେଉଥିବା ଦେଖି ବିଭାଗୀୟ ଅଧିକାରୀ ଙ୍କୁ କହିବାରୁ ସଙ୍ଘ ବଦ୍ଧ ଭବେ ସହକାରୀ ଯନ୍ତ୍ରୀ ଓ ଅନ୍ୟ ମାନେ ଆକ୍ରମଣ କରି ଜୀବନ ରେ ମାରି ଦେବାକୁ ଉଦ୍ୟମ କରିଥିବା ଯାହାକି ଭିଡ଼ିଓ ରେ ଭାଇରାଲ ହେଉଥିବା କହିଛନ୍ତି । ଘଟଣାର ଗୁରୁତ୍ବ କୁ ଦେଖି ପାଟଣାଗଡ ଏସ ଡି ପି ଓ ଜ୍ୟୋତିର୍ମୟ ଭୁକ୍ତା , ଲାଠୋର ଥାନା ଅଧିକାରୀ ଝସକେତନ ଭୋଇ ପ୍ରମୁଖ ଉପସ୍ଥିତ ରହି ତଦନ୍ତ ଚଳାଇ ଥିବା ବେଳେ
ଖପ୍ରାଖୋଲ ଥାନା କେସ ନମ୍ବର ୨୭୪/୨୩ ଓ ୨୭୫/୨୩ ରେ ଦୁଇଟି ମାମଲା ରୁଜୁ କରି ଉଭୟ ଙ୍କୁ ଥାନରେ ଅଟକ ରଖି ପଚରାଉଚରା ଚାଲିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି। ଖପ୍ରାଖୋଲ ଥାନା ରେ ପୂର୍ବତନ ବିଧାୟକ କନବର୍ଦ୍ଧନ ସିଂ ଦେଓ , କୋଶଳ ମୁକ୍ତି ମୋର୍ଚ୍ଚା, ସରପଞ୍ଚ ସଂଘ, ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ, ଖପ୍ରାଖୋଲ ପ୍ରେସ କ୍ଳବ୍ , ବିଭିନ୍ନ ସାମାଜିକ ସଂଗଠନ ସରପଞ୍ଚ ଗୁରୁଙ୍କୁ ଆକ୍ରମଣ ଘଟଣାର ଦୃଢ଼ ନିନ୍ଦା କରିଛନ୍ତି। ଉଭୟେ କୋର୍ଟରୁ ଜାମିନ ରେ ଯାଇଥିବା ଜଣାପଡିଛି ।

No Result
View All Result