୨୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :-> କଟକ ଜିଲ୍ଲା ଫୁଲନଖରା ଛକ ନିକଟରେ ଥିବା ଲକ୍ଷେଶ୍ୱର ସରକାରୀ ହାଇ ସ୍କୁଲର ୧୯୯୦ ବ୍ୟଚର ପୂରାତନ ଛାତ୍ରଛାତ୍ରୀଙ୍କର ବୁଧବାର ଦିନ , ଏକ ବନ୍ଧୁମିଳନ ପ୍ରତାପନଗରୀ ସ୍ଥିତ ମା, ଧାକୁଲେଇଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୩୩ ବର୍ଷ ତଳେ ସ୍କୁଲରେ ପାଠପଢା ସମୟର ମଉଜ ମସ୍ତି କୁ ମନେପକାଇ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିଥିଲେ ।

କର୍ମମୟ ଜୀବନରୁ ଟିକେ ସମୟ ବାହାର କରି ସମସ୍ତ ଛାତ୍ରଛାତ୍ରୀ ମାନେ ନିଜର ପିଲା ଛୁଆଙ୍କୁ ଧରି ଆସି ବନ୍ଧୁମିଳନ ସ୍ଥାନରେ ପହଞ୍ଚି ଥିଲେ । ଏହା ପରେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ସାଙ୍ଗକୁ ମଉଜ ମଜଲିସରେ ମଜିଯାଇଥିଲେ । ନାଚ କୁଦ ସାଙ୍ଗକୁ ଭୋଜିଭାତର ଆସର ଜମିଥିଲା ।

ସମସ୍ତେ ଦୀର୍ଘ ବର୍ଷ ପରେ ଏକାଠି ହୋଇ ଭୋଜିଭାତ ଖାଇଲା ବେଳେ, ସ୍କୁଲର ଗଣେଶ ପୂଜା ଏବଂ ସରସ୍ୱତୀ ପୂଜାରେ ଯେମିତି ଏକାଠି ବସି ଭୋଜି ଖାଉଥିଲେ ସେମିତି ଅନୁଭବ କରିଥିଲେ ପୁରାତନ ଛାତ୍ରଛାତ୍ରୀ ମାନେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନୀଳମଣି ମଲ୍ଲିକ, ପ୍ରକାଶ ସାହୁ,

ବାବାଜୀ ସାହୁ, ଅନିଲ ଦଳାଇ, ସୁଶିଲ ମହାନ୍ତି,ପ୍ରଭାକର ନାଥ ସର୍ମା, ନାରାୟଣ ଦାସ, ଶତୃଘ୍ନ ଦାସ, ବିବୁଲି ପରିଡ଼ା, ଯୋଗେନ୍ଦ୍ର ଜେନା, ସୁଶାନ୍ତ ମହାନ୍ତି, ଲକ୍ଷ୍ମୀ ପ୍ରିୟା ମହାନ୍ତି, କବିନ ବେହେରା, ପ୍ରଞା ପଟ୍ଟନାୟକ, ନିର୍ମଳା ସାହୁ, କବିତା ମିଶ୍ର ପ୍ରମୁଖ ।














