No Result
View All Result
୨୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :-> କଟକ ସଦର ବ୍ଲକ ଆମଣ ପଞ୍ଚାୟତର ଆମଣ ଖେଳପଡିଆ ଠାରେ ବୁଧବାର ଦିନ ଯୁବ ଓଡିଶା ନବୀନ ଓଡିଶା ପକ୍ଷରୁ ବ୍ଲକ ସ୍ଥରୀୟ କ୍ରୀକେଟ ପ୍ରତିଯୋଗିତା ଆରମ୍ଭ ହୋଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ସହିତ ଲୋକଲୋଚନକୁ ଆସିପାରୁ ନଥିବା କ୍ରୀଡ଼ାବିତ ମାନଙ୍କୁ ଲୋକ ଲୋଚନକୁ ଆଣିଵା ପାଇଁ ଯୁବ ଓଡିଶା ନବୀନ ଓଡିଶା ଜରିଆରେ ବିଭିନ୍ନ କ୍ରୀଡା ଆୟୋଜନ କରିଛନ୍ତି ।

ବିଭିନ୍ନ କ୍ରୀଡ଼ାରେ ଅଂଶ ଗ୍ରହଣ କରିବାକୁ ଯୁବକ ମାନଙ୍କୁ ସୁଯୋଗ ଦିଆଯିବାର ବ୍ୟବସ୍ଥା କରାଯାଉଛି । ମୁଖ୍ୟମନ୍ତ୍ରୀ କ୍ରୀଡ଼ାର ବିକାଶ ଏବଂ ପ୍ରତିଭାବାନ କ୍ରିଡାବିତ ମାନଙ୍କୁ ଆଗକୁ ଯିବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ଯାହା ଫଳରେ ରାଜ୍ୟର ବିଭିନ୍ନ ବ୍ଲକରେ ଯୁବ ଓଡିଶା ନଵୀନ ଓଡିଶା ପକ୍ଷରୁ କ୍ରୀଡ଼ା କାର୍ଯ୍ୟ କରା ଯାଉଛି ।

ସଦର ବ୍ଲକର କନିଷ୍ଠ ଯନ୍ତ୍ରୀ ସସ୍ମିତା ଦାସଙ୍କ ନେତୃତ୍ୱରେ ଆମଣ ଠାରେ ଆୟୋଜିତ କ୍ରୀକେଟ ଟୁର୍ଣ୍ଣାମେଣ୍ଟରେ , ସ୍ଥାନୀୟ ସରପଞ୍ଚ ମାନସୀ ପୃଷ୍ଟି , ୪ ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା , ଉରାଳୀ ସରପଞ୍ଚ ଅଭିଷେକ ବେହେରା , ଖଣ୍ଡେଏତା ସରପଞ୍ଚ ଗାୟତ୍ରୀ ପରିଡ଼ା, ଆମଣ ପଞ୍ଚାୟତର ସମିତି ସଭ୍ୟ ରାଜ କିଶୋର ପଟ୍ଟନାୟକ,

ଉରାଳୀ ପଞ୍ଚାୟତର ସମିତି ସଭ୍ୟ ସୁକଦେବ ମଲ୍ଲିକ, ଆମଣ ପଞ୍ଚାୟତ ବିଜେଡ଼ି ସଭାପତି ବିପ୍ରଚରଣ ଭୋଳ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉଦଘାଟନୀ କ୍ରୀକେଟ ମ୍ୟାଚ ଉରାଳୀ ବନାମ ସଇଁନ୍ଧା ମଧ୍ୟରେ କରାଯାଇଥିଲା । ଏଥିରେ ଉରାଳୀ ବିଜୟୀ ହୋଇଥିଲା ।

ଆୟୋଜିତ କ୍ରୀକେଟ ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ ଗୋଟି ଟିମ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଦିନ ୫ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା ବେଳେ ,ଗୁରୁବାର ଦିନ ଅବଶିଷ୍ଟ ମ୍ୟାଚ ଅନୁଷ୍ଠିତ ହେବ । ଏଥିରେ ଚମ୍ପିୟାନ ଏବଂ ରନର୍ସ ଟିମକୁ ଟ୍ରଫି ଏବଂ ମାନପତ୍ର ବ୍ଲକ ପକ୍ଷରୁ ପ୍ରଦାନ କରାଯିବ । ଏହି କ୍ରୀଡା କାର୍ଯ୍ୟକ୍ରମ କୁ ପିଓ ହେମନ୍ତ କୁମାର ଦାଶ, ଜିଆରଏସ ଜୟଦେବ ଦାସ , ଜୟନ୍ତ ମହାନ୍ତି, ବିଜୟ କୁମାର ମହାନ୍ତି, ଅଭିରାମ ପରମହଂସ ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜ କିଶୋର ମିଶ୍ର ପରିଚାଳନା କରିଥିଲେ ।
No Result
View All Result