୨୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଲୁଗାଁ ବିଜ୍ଞାପିତ ଅଂଚଳ ପରିଷଦ କ୍ରିଷ୍ଣା ମଣ୍ଡପ ଠାରେ ବିଜୁ ଜନତା ଦଳ ର ୨୭ ତମ ପ୍ରତିଷ୍ଠା ଦିବସ ପାଳିତ ହେଇଯାଇଛି ନବୀନ ଓଡିଶା ଗଢିବା ସଂକଳ୍ପ କୁ ନେଇ ସାରା ଓଡିଶା ରେ ପ୍ରତିଷ୍ଠା ଦିବସ ପାଳନ କରା ଯାଉଛି,

ଏହି ପ୍ରତିଷ୍ଠା ଦିବସ ରେ ମୂଖ୍ୟ ଅତିଥି ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ, ମୂଖ୍ୟ ବକ୍ତା ବିଜୁ ଯୁବ ଜନତା ଦଳ ଓଡିଶା ଉପ ସଭାପତି ତଥା ଚିଲିକା ପର୍ଯ୍ୟବେକ୍ଷକ ଶ୍ରୀ ସୌମ୍ୟ ଶଙ୍କର ଚକ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା,

ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ପ୍ରଦୀପ ପ୍ରଜ୍ବଳନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ହାତ ମୁଠାକୁ ଟାଣ କରି ଆଗାମୀ ୨୦୨୪ ମସିହାରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ସହ ଚିଲିକା ରେ ବିପୁଳ ପରିମାଣରେ ବିଜେଡି ର ବିଜୟ ହେବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଥିଲେ ।

ଏହି ପ୍ରତିଷ୍ଠା ଦିବସରେ ବିଜୁ ଜନତା ଦଳ ର ଉପସ୍ଥିତ ସମସ୍ତ କର୍ମୀ ମାନଙ୍କୁ ବିଜେଡି ର ନିତି ଆଦର୍ଶରେ ଅନୁପ୍ରାଣୀତ ହେବାପାଇଁ ସପଥ ପାଠ କରାଇଥିଲେ ସାଂସଦ ମାନସ ରଂଜନ ମଙ୍ଗରାଜ, ସଭାକୁ ପରିଚାଳନା କରିଥିଲେ ସାଂସଦ ପ୍ରତିନିଧି ମାନସ ପ୍ରଧାନ. ଅନ୍ୟମାନଙ୍କ ମଧ୍ୟରେ ଚିଲିକା ନିର୍ବାଚନ ମଣ୍ଡଳୀ ର ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ,

ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ବିଜେଡି ସଭାପତି ଜୟନ୍ତ କୁମାର ସ୍ଵାଇଁ , ମହିଳା ସଭାପତି ସୁଜାତା ପଣ୍ଡା, କାଉନସିଲର ଅଭିମନ୍ୟୁ ସ୍ବାଇଁ, ବାଣପୁର ଏନଏସି ର ଅଧକ୍ଷ ମିଟୁ ନାୟକ, ଉପାଧ୍ୟକ୍ଷ, କାଉନସିଲର, ବାଣପୁର ସଭାପତି ଭବାନୀ ଶଙ୍କର ବଳିଆର ସିଂହ, ଚିଲିକା ସଭାପତି ଦେବେନ୍ଦ୍ର ସାମନ୍ତସିଂହାର, ଖୋର୍ଦ୍ଧା ଜିଲ୍ଲା ସାଧାରଣ ସଂପାଦକ ମନୋଜ କୁମାର ପ୍ରଧାନ,

ଜିଲ୍ଲା ପରିଷଦ ସଭ୍ୟା ମମତା ପାଇକରାୟ, ସବିତା ସୁନ୍ଦରାୟ,ସମସ୍ତ ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ବରିଷ୍ଠ ସଙ୍ଘଟକ ଉପ୍ତଳ ପାଇକରାୟ, ପ୍ରଭାସ ସୁନ୍ଦରାୟ , ସନ୍ତୋଷ ଜାଲି,ବରିଷ୍ଠ ନେତା, ଯୁବକ, ଛାତ୍ର, SHG ମହିଳା, ମିଶନ ଶକ୍ତି ର ମା ମାନେ, ସମସ୍ତ ପଦ ପଦବୀ ରେ ଥିବା ନେତା,

ବିଜେଡି କୁ ଭଲ ପାଉଥିବା କର୍ମୀ, ନାରୀ ନେତ୍ରୀ, ଜିଲ୍ଲା ପରିଷଦ ଆଦି ଯୋଗ ଦେଈ ଏହି ପ୍ରତିଷ୍ଠା ଦିବସ କୁ ସଫଳ କରାଇଥିଲେ , ଏକ ବିଶାଳ ଜନସମାଗମ ଦେଖିବାକୁ ମିଳିଥିଲା, ସର୍ବଶେଷରେ ଉପାଧ୍ୟକ୍ଷ ଭଗବାନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।














