1. ସୁପରିଟେଡେଣ୍ଟ ତିଲୋଚନ ବାରିକଙ୍କ ର ବି ମିଳୁନି ଦେଖା ଦର୍ଶନ । ଯେଉଁଠାରେ ଖୋଦ୍ ସୁପରିଟେଡେଣ୍ଟଙ୍କ ଅନିୟମିତତା ଦେଖିବାକୁ ମିଳିଛି ସେହିଠାରେ ଡ଼ାକ୍ତର ମାନଙ୍କର ନିୟମିତତା କିଭଳି ହେଉଥିବ ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି ।
2. ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପଚାରିବାରେ ଦୁଇ ବର୍ଷ ପରେ କଥାବାର୍ତ୍ତା ଓ ରୋଗୀ ମରିଯାଆନ୍ତୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।
3. ସାଧାରଣ ଲୋକ ଙ୍କୁ ହନ୍ତସନ୍ତ କରାଇ ସରକାରୀ ବାସଭବନର ଏସିରେ ବସି ଡାକ୍ତରୀ ଫିସ୍ ରେ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି ।
୨୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚାନ୍ଦପୁର :-> ସାରା ବିଶ୍ବରେ ପ୍ରତିଷ୍ଠା ଲାଭ କରିଥିବା ରଣପୁର ବ୍ଲକର ଚାନ୍ଦପୁର ଅଞ୍ଚଳ ସ୍ଥିତ ବସନ୍ତ ମଞ୍ଜରୀ ସ୍ଵାସ୍ଥ୍ୟକେନ୍ଦ୍ର ପାଲଟିଛି ମେଣ୍ଢାଶାଳ । ରାଜମାତା ବସନ୍ତ ମଞ୍ଜରୀ ଙ୍କ କରକମଳରେ ପ୍ରତିଷ୍ଠା ହୋଇଥିବା ସ୍ଵାସ୍ଥ୍ୟ କେନ୍ଦ୍ର କୁ ସାଧାରଣ ରୋଗୀ ଙ୍କ ଚିକିତ୍ସା ନିମନ୍ତେ ସ୍ଵୀକୃତି ମିଳିବା ପର ଠାରୁ ସ୍ୱାସ୍ଥ୍ୟକେନ୍ଦ୍ରରେ ୯ ଟି ସରକାରୀ ଡ଼ାକ୍ତର ନିଯୁକ୍ତି ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ବର୍ହିଃ ବିଭାଗ ରେ ଗୋଟିଏ ଡ଼ାକ୍ତର ରୋଗୀ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି । ସରକାରୀ ମାନ୍ୟତା ମିଳିଥିବା ସ୍ଵାସ୍ଥ୍ୟ କେନ୍ଦ୍ର ରେ ରକ୍ତ, ମଳ ନମୁନା , ଆଲଟ୍ରାସାଉଣ୍ଡ , ଇଣ୍ଡୋସ୍କୋପି ଭଳି ପରୀକ୍ଷା ଗୁଡ଼ିକ ଦେଖିବା ସ୍ବପ୍ନ ହୋଇପଡିଛି ।
ସଂପୂର୍ଣ୍ଣ ସ୍ଵାସ୍ଥ୍ୟକେନ୍ଦ୍ରର ସୁପରିଟେଡେଣ୍ଟ ତିଲୋଚନ ବାରିକଙ୍କ ର ବି ମିଳୁନି ଦେଖା ଦର୍ଶନ । ଯେଉଁଠାରେ ଖୋଦ୍ ସୁପରିଟେଡେଣ୍ଟଙ୍କ ଅନିୟମିତତା ଦେଖିବାକୁ ମିଳିଛି ସେହିଠାରେ ଡ଼ାକ୍ତର ମାନଙ୍କର ନିୟମିତତା କିଭଳି ହେଉଥିବ ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି । ଡାକ୍ତରଖାନାର ସବୁ ବିଭାଗ ପାଇଁ ଦୁଇ ଦୁଇଟି ଡ଼ାକ୍ତର ନିଯୁକ୍ତ ହୋଇଥିବା ବେଳେ ସବୁଠାରୁ ଜରୁରୀ ସ୍ତ୍ରୀ ଓ ପ୍ରସୂତି ବିଭାଗର ଦୁଇଟି ଡ଼ାକ୍ତରଙ୍କୁ ନିଯୁକ୍ତ କରାଯାଇଛି ଯାହାକି ବର୍ଷକ ବାର ମାସ ଦରକାର ହୁଏ । ତେବେ ଉକ୍ତ ବିଭାଗର ଦୁଇଟି ଡ଼ାକ୍ତରଙ୍କ ଦ୍ଵାରା ସପ୍ତାହରେ ତିନି ଦିନ ଚିକିତ୍ସା ବ୍ୟବସ୍ଥା ରହିଛି ଯାହାଫଳରେ ପ୍ରସୂତି ମହିଳାଙ୍କ ପାଇଁ ଏହା ଅସୁବିଧାର କାରଣ ହୋଇଛି ।
ଏହାକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ (CDMO) ସିଡିଏମଓ ଙ୍କ ର କୌଣସି ଭ୍ରୁକ୍ଷେପ ନଥିବାରୁ ଲୋକ ଅସନ୍ତୋଷ ପ୍ରକାଶ ପାଇଛି । ତତସହିତ ସାଧାରଣ ଲୋକ ଙ୍କୁ ହନ୍ତସନ୍ତ କରାଇ ସରକାରୀ ବାସଭବନର ଏସିରେ ବସି ଡାକ୍ତରୀ ଫିସ୍ ରେ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି । ତେବେ ଏସବୁ ପ୍ରସଙ୍ଗକୁ ନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପଚାରିବାରେ ଦୁଇ ବର୍ଷ ପରେ କଥାବାର୍ତ୍ତା ଓ ରୋଗୀ ମରିଯାଆନ୍ତୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।
ଏଥିରୁ CDMO ପ୍ରଶାସନର ମନୋମୋଟିଆ କାର୍ଯ୍ୟ କଳାପ ଓ ପଦପଦବୀର ଅପବ୍ୟବହାର କରୁଥିବା ବାରି ହୋଇ ପଡ଼ୁଛି । ପ୍ରତ୍ୟେକ ଦିନ ଡାକ୍ତରଖାନାରେ ଏଭଳି ଅନିୟମିତତା ଓ ଅବ୍ୟବସ୍ଥା ଯୋଗୁଁ ଅନେକ ଜୀବନ ବଳି ପଡ଼ୁଥିବା ବେଳେ ରଣପୁରରେ ମାଳ ମାଳ ରାଜନେତା ଯେ କି ସାଧାରଣ ଲୋକଙ୍କ ସେବାରେ ଅନ୍ତର୍ନିହିତ ବିଧାୟକଙ୍କ ସମେତ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଥିବା ଏକ ନିନ୍ଦା ର ବିଷୟ ପାଲଟିଛି । ଶୋଇ ରହିଥିବା ପ୍ରଶାସନ କେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା ।