୨୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :-> ନୟାଗଡ଼ ଜିଲ୍ଲା ମହୋତ୍ସବ,ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ଦ୍ୱିତୀୟ ସଂଧ୍ୟାରେ ମୁଖ୍ୟ ଅତିଥ୍ ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସମ୍ମାନିତ ଅତିଥ୍ ଭାବେ ପୌର ପରିଷଦ ନିରୁପମା ଖଟେଇ ଉପସ୍ଥିତ ରହିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଚାରୁ କୁମାର ବଳ, ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ନୟାଗଡ଼ ବିଡିଓ ପଦ୍ମ ଚରଣ ସାହୁ,

ଓଡ଼ଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁ ମଞ୍ଚ ସଂଯୋଜନା କରିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନୟାଗଡ଼ ଜିଲ୍ଲାର କଳା, ସଂସ୍କୃତି ଓ ସାହିତ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ନୟାଗଡ଼ ପରମ୍ପରା ଓ ଐତିହ୍ୟକୁ ଆଗେଇ ନେବାକୁ ମୁଖ୍ୟ ଉନ୍ନୟନ ଅଧିକାରୀ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀମତୀ ଖଟେଇ ନୟାଗଡ଼ ବିକାଶ ଉପରେ ବକ୍ତବ୍ୟ ଦେଇଥିଲେ ।

ଜିଲ୍ଲା ଗଠନ ଇତିହାସ ସମ୍ପର୍କରେ ଆଲୋକପାତ କରିବା ସହ ବିଜୁ ପଟ୍ଟନାୟକଙ୍କ ବିରତ୍ବର ପ୍ରତିଫଳନ ହେଉଛି ନୟାଗଡ଼ ଜିଲ୍ଲା । ସେ ହାତୀ ପିଠିରେ ବସି ନୟାଗଡ଼କୁ ଜିଲ୍ଲା ଘୋଷଣା କରିଥିଲେ । ଜିଲ୍ଲା ବିକାଶ ପାଇଁ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ସଦା ସର୍ବଦା ସହଯୋଗ କରି ଆସିଛନ୍ତି ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ ।

ଅନ୍ୟତମ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷ ଗୀତାଞ୍ଜଳୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଅଖିଳ ଜାନୀ ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲା ବହୁ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ କଳାକାରଙ୍କ ଦ୍ବାରା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଚିତ୍ତାକର୍ଷକ ଥିଲା ।

ଡିଭାଇନ୍ କଲେଜ ଛାତ୍ରଛାତ୍ରୀଙ୍କ ଦ୍ବାରା ନୟାଗଡ଼ ବନ୍ଦନା, ସିଂହାରୀ ଅନୁଷ୍ଠାନ ଦ୍ବାରା ଫାୟାର ଆର୍ଟ, କଳାହାଣ୍ଡି ମହାବୀର ଅନୁଷ୍ଠାନ ଦ୍ବାରା ଘୁମୁରା, ବଲାଙ୍ଗୀର ସାତକୁଆଁରୀ ଦ୍ବାରା ସମ୍ବଲପୁରୀ ନୃତ୍ୟ, କଣ୍ଠଶିଳ୍ପୀ ଜୟଶ୍ରୀ ଧଳଙ୍କ ସୁର ଭାଇବ୍ରେସନ୍ ମେଲୋଡି ଅନୁଷ୍ଠିତ ହୋଇଥିଲା । ଅଭିନେତ୍ରୀ ସୁପ୍ରିୟା ଶୀତୁଆ ସଂଧ୍ୟାରେ ଦର୍ଶକଙ୍କୁ ବିମୋହିତ କରିଥିଲେ ।














