ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବୃହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି । ଏହା ୟୁକେ ସ୍ଥିତ ବିଏନ୍ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା ।
ଏହାପୂର୍ବରୁ ମୁମ୍ବାଇ ଖିଲାଡିସ୍, ତେଲୁଗୁ ୟୋଦ୍ଧାସ୍ ବିରୋଧରେ ଲିଗ୍ର ପ୍ରଥମ ମ୍ୟାଚ୍ରେ ପରାଜୟର ସମ୍ମୁଖୀନ ହୋଇଥିଲା । ଗତ ରବିବାର ଖେଳାଯାଇଥିବା ଉଦ୍ଘାଟନୀ ମ୍ୟାଚ୍ରେ ସେମାନେ ତେଲୁଗୁ ୟୋଦ୍ଧାସ୍ଠାରୁ ୨ ପଏଂଟ୍ରେ ପରାଜିତ ହୋଇଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି, ‘ଗୁଜରାଟ ଏକ ଭଲ ଟିମ୍ ଅଟେ, ଗତ ସଂସ୍କରଣରେ ସେମାନେ ପ୍ଲେଅଫ୍ ପାଇଁ କ୍ୱାଲିଫାଏ କରିଥିଲେ । କିନ୍ତୁ ମୁଁ ଭାବୁଛି ପରବର୍ତୀ ଗେମ୍ ଖେଳିବା ଆମ ପାଇଁ ସୁବିଧାଜନକ ହେବ କାରଣ ଗୁଜରାଟ ନିଜର ପ୍ରଥମ ଗେମ୍ ଖେଳିବାକୁ ଯାଉଛି, ତେଣୁ ଏକ ନୂଆ ଟିମ୍ ସହ ପ୍ରତିଦ୍ୱନ୍ଦିତା କରିବାର ସମ୍ପୂର୍ଣ୍ଣ ନୂଆ ଅନୁଭୂତି ସହଜ କାର୍ଯ୍ୟ ନୁହେଁ । ଅବଶିଷ୍ଟ ପ୍ରସ୍ତୁତି ଆମେ ମ୍ୟାଚ୍ରେ ଦେଖିବୁ ।’
ଅନ୍ୟପକ୍ଷରେ, ଓଡିଶା ଜଗର୍ନଟ୍ସ ହେଉଛି ଡିଫେଣ୍ଡିଂ ଚାମ୍ପିଅନ୍ ଏବଂ ପୂର୍ବ ମ୍ୟାଚ୍ରେ ଏହା ରାଜସ୍ଥାନ ୱାରିୟର୍ସ ବିରୋଧରେ ୩୫-୨୭ର ସହଜ ବିଜୟ ହାସଲ କରିଥିଲା । କ୍ୟାପ୍ଟେନ ଦୀପେଶ ମୋରେ କହିଛନ୍ତି, ‘ସେମାନେ ଅଲ୍ଟିମେଟ୍ ଖୋ ଖୋ ସିଜନ ୨ରେ ଗୋଟିଏ ସମୟରେ କେବଳ ଗୋଟିଏ ପଦକ୍ଷେପ ସମ୍ପର୍କରେ ହିଁ ବଚାର କରୁଛନ୍ତି । ପ୍ରଥମ ସଂସ୍କରଣରେ ଓଡିଶା ଟାଇଟଲ ଜିତିଥିଲା ଏବଂ ୨ୟ ସିଜନରେ ମଧ୍ୟ ଆମେ ପୁଣିଥରେ ସମାନ ପ୍ରଦର୍ଶନର ପୁନରାବୃତି କରିବାକୁ ଲକ୍ଷ୍ୟ ରଖିଛୁ । ଆମେ ଆସୁଥିବା ପ୍ରତ୍ୟେକ ଗେମ୍କୁ ଗ୍ରହଣ କରୁଛୁ ଏବଂ ବର୍ତମାନ ଆମର ଧ୍ୟାନ ଚେନ୍ନାଇ କ୍ୱିକ୍ ଗନ୍ସ ବିରୋଧରେ ଖେଳାଯିବାକୁ ଥିବା ପରବର୍ତୀ ମ୍ୟାଚ୍ ଉପରେ ରହିଛି ।

© 2023 Odisha Taza News.