No Result
View All Result
୨୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜ଼ିଲ୍ଲା ଅଡବା ଥାନା ଜାଡିଙ୍ଗି ଗ୍ରାମର ନିଖୋଜ ସିମନ ମାଝୀ ଙ୍କ ମୃତଦେହ ସାପସିଲ ଗ୍ରାମ ନିକଟ ହରଭଙ୍ଗୀ ଡ୍ୟାମ ରୁ ଉଦ୍ଧାର କରିଛି ପୋଲିସ l ସୂଚନା ଯୋଗ୍ୟ ଯେ ଗତ ଶନିବାର ସିମନ କଟାମା ଗ୍ରାମର ଅରୁଣ ମାଝୀ ଙ୍କ ସହ ଖାରୀଗୁଡା ଗ୍ରାମକୁ ଏକ ସୁଦ୍ଧ ଭୋଜି ରେ ଯୋଗ ଦେବାକୁ ଯାଇ ଆଉ ଘର କୁ ଫେରି ନଥିଲେ l ଏନେଇ ଗ୍ରାମବାସୀ ଅରୁଣ ଙ୍କୁ ପଚରାଉଚରା କରିବା ସହ ପୋଲିସ ର ସହାୟତା ନେଇଥିଲେ l
ତେଵେ ଅରୁଣ କୁ ନେଇ ପୋଲିସ ପଚରା ଉଚରା କରିବା ସହ ସାପସିଲ ନିକଟ ହରଭଙ୍ଗୀ ଡ୍ୟାମ କଡ଼ ରୁ ସିମନ ଙ୍କ ମୃତଦେହ ଉଦ୍ଧାର କରିଛି l ତେଵେ ଗତ ଫେବୃଆରୀ ୭ ତାରିଖ ୨୦୨୧ ରେ ଗୁଣି ଗାରେଡି କୁ କେନ୍ଦ୍ରକରି ସୀମନ ଙ୍କ ଭାଇ ଡ଼ମ୍ବୁର ମାଝୀ ଉପରେ ଗୁଳି ଚଲାଇ ହତ୍ୟା ଉଦ୍ୟମ କରିଥିଲେ କିଛି ଦୁର୍ବୁତ୍ତ, ଏହି ଘଟଣା ରେ ଦମ୍ବୁର ବର୍ତ୍ତି ଯାଇଥିବା ବେଳେ ଡମ୍ବରୁଧର ଆହତ ହୋଇଥିଲେ l

ଉକ୍ତ ଘଟଣା ରେ ଜାଡିଙ୍ଗି ର ଆତ୍ମସମର୍ପଣକାରି ମାଓବାଦୀ ପ୍ରମୋଦ ମାଝୀ ( ସାଗର ) କୁ ଗିରଫ କରିଥିଲା ପୋଲିସ, ବର୍ତ୍ତମାନ ସେ ଜେଲ୍ ରେ ଅଛନ୍ତି l ବର୍ତ୍ତମାନ ସିମନ ଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି l ତେଣୁ ପୂର୍ବ ଶତ୍ରୁତା ରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି l ଅନ୍ୟପଟେ ଶନିବାର ସିମନ ଙ୍କ ସହିତ ଯାଇଥିବା ଅରୁଣ ପୋଲିସ କୁ ମୃତଦେହ ଦେଖାଇଛି l ତେଣୁ ଅରୁଣ ସହ କିଛି ସହଯୋଗୀ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି l
ପୋଲିସ ଅରୁଣ ମାଝୀ କୁ ଅଟକ ରଖି ପଚରାଉଚରା ଜାରିରଖିଛି, ଏହି ହତ୍ୟାକାଣ୍ଡ ରେ ସମ୍ପୃକ୍ତ କିଛି ଅଭିଯୁକ୍ତ ଙ୍କ ନାମ ପୋଲିସ ସମ୍ମୁଖରେ ପ୍ରକାଶ କରିଛି ଅରୁଣ l ଅନ୍ୟପଟେ ହତ୍ୟାକାଣ୍ଡ ଘଟିଥିବା ସ୍ଥାନରୁ ପୋଲିସ ମୃତ ସିମନ ଙ୍କ ମୋବାଇଲ ଜବତ କରିବା ସହ ମୃତଦେହ ଜବତ କରିଛି ଗୁଣି ଗାରେଡି କୁ ନେଇ ହତ୍ୟା କରିବାକୁ ଆଗରୁ ଷଡଯନ୍ତ୍ର ରଚିଥିଲେ ଅଭିଯୁକ୍ତ ବୋଲି ସୀମିନ ଙ୍କ ଭାଇ କହିଥିବା ବେଳେ ସୀମିନ ଙ୍କ ସ୍ତ୍ରୀ ସରକାର ଙ୍କୁ ଅନୁରୋଧ କରିଛନ୍ତି ।

No Result
View All Result