ଓଡିଶା ତାଜା ନ୍ୟୁଜ୍ (୨୦ ଜୁଲାଇ ସୋମବାର) ନୟାଗଡ :- ନୟାଗଡ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାକୁ ମଧ୍ୟ ଜିଲ୍ଲା ପ୍ରଶାସନ ଯୋଦ୍ଧା ଭାବେ ମୁକାବିଲା ମନୋଭାବ ନେଇ ଏହାକୁ ସମ୍ପୁର୍ଣ୍ଣ ନିରାକରଣ ରେ ମଧ୍ୟ୍ୟ ଜିଲ୍ଲା ପ୍ରଶାସନ ଯତ୍ନ ବାନ ଅଛନ୍ତି, ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ ସ୍ୱରୂପ ଜିଲ୍ଲାର ପ୍ରଥମ କୋଭିଡ ହସ୍ପିଟାଲ ଚାନ୍ଦପୁର ଠାରେ ପ୍ରତିଷ୍ଠା ହେଲା । ଆଇ କିଛି ଦିନ ତଳେ ଜିଲ୍ଲାପାଳ ଡ. ପୋମା ଟୁଡୁ ତତ୍ପରତା ପ୍ରକାଶ କରି ଉକ୍ତ ହସ୍ପିଟାଲ ରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସ ଆରମ୍ଭ କରିଛନ୍ତି ।
ତେବେ ଏ ସମସ୍ତ ପରିସ୍ଥିତିକୁ ହୃଦୟଙ୍ଗମ କରି ରାଜ୍ୟ ଅଗ୍ନିଶମ ସେବା ଏବଂ ହୋମଗାର୍ଡ ମହାନିର୍ଦେଶକ ସତ୍ୟଜିତ ମହାନ୍ତିଙ୍କ ନିର୍ଦେଶ କ୍ରମେ ନୟାଗଡ ଅଗ୍ନିଶମ ମୁଖ୍ୟ ଠାକୁର ପ୍ରସାଦ ଦଳେଇଙ୍କ ବ୍ୟକ୍ତିଗତ ତଥା ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଗ୍ନିଶମ କର୍ମଚାରୀଙ୍କ ସହାୟତରେ ସମଗ୍ର ଚାନ୍ଦପୁର କୋଭିଡ କେୟାର ସେଣ୍ଟରକୁ ଉତ୍ତମ ଭାବେ ବୈଷୟିକ ତଥା ବୈଜ୍ଞାନିକନିକ ପଦ୍ଧତିରେ ପରିଷ୍କାର ପରିଚ୍ଛନ୍ନ କରା ଯାଇଛି । (ରିପୋର୍ଟ – ରାମ କୃଷ୍ଣ ରଥ)