No Result
View All Result
ଦୁଃଖ, ଦାରିଦ୍ର୍ୟ,ଗରିବୀ ଏହି ୩ ଟି ଯାକ ବୋଧେ ଏକା ସାଙ୍ଗରେ ଏ ଘର ଉପରେ ପଡ଼ିଯାଇଛି। ବୃଦ୍ଧ କାଳରେ ବାପା ମା ‘ ଙ୍କ ସାହାରା ପାଲଟେ ପୁଅ କିନ୍ତୁ ହଠାତ୍ ବାହାଘରର ୮ ମାସପରେ ଏକ ଦୁର୍ଘଟଣାର ଶିକାର ହୋଇ ଅଚଳ ଅବସ୍ଥାରେ ପଡ଼ିରହିଛି ପୁଅ ।
୨୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ ଜିଲ୍ଲା/ଦଶପଲ୍ଲା :-> ଦଶପଲ୍ଲା ବ୍ଲକ୍ ରଂଗମାଟିଆ ଗାଁ ର ହରିବଂଧୁ ଙ୍କ ପୁଅ , ଲଲାଟ ଏକ ଦିନ ମଜୁରିଆ ଭାବରେ କାର୍ଯ୍ୟକରୁଥିବାବେଳେ ଲଲାଟ ଙ୍କ ବାପା ମଧ୍ୟ ଛୋଟମୋଟ କାର୍ଯ୍ୟକରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ଗତକିଛି ମାସତଳେ ଏକ ଠିକାଦାରି ସଂସ୍ଥା ରେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିବା ଲଲାଟେନ୍ଦୁ ଙ୍କ ଭାଗ୍ଯ ଆକାଶରେ ଘୋଟି ଆସିଲା କଳା ବାଦଲ୍ ।

ଏକ ବାଇକ୍ ଧକ୍କାରେ ଦୁର୍ଘଟଣା ଗୁରୁତ୍ତର ଆହତହୋଇ,ପ୍ରାୟ ୧ ବର୍ଷଧରି କୋମା ଅବସ୍ଥାରେ ଥିବା ଲଲାଟ ,ଦୁର୍ଦିନରେ ଦିନ କାଟୁଥିବା ବେଳେ, ଅନ୍ୟର ହାତଟେକା ଦାନରେ ଚଳୁଥିବା ବେଳେ, ତାଙ୍କର ଏ ଦୁର୍ଦ୍ଦଶା ବିଷୟରେ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇବାପରେ , ଦଶପଲ୍ଲା ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ,

ନେଳିଗୁଡା ରାଜସ୍ବ ନୀରିକ୍ଷକ ଶାନ୍ତନୁ କୁମାର ପ୍ରଧାନ, ତଦନ୍ତ କରିବାପରେ , ବିଭିନ୍ନ ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇଥିଲେ । ଏହି ପରିପ୍ରେକ୍ଷୀରେ , ଆଜି ମାମି ନାୟକ,ସହାୟତାର ହାତ ବଢାଇଛନ୍ତି । ଶ୍ରୀମତୀ ନାୟକ ଲଲାଟେନ୍ଦୁ ଙ୍କ ଘରେ ପହଞ୍ଚି ରାସନ୍ ସାମଗ୍ରୀ ସମେତ ଆର୍ଥିକ ସହାୟତା ଯୋଗାଇ ଦେବା ସଂଗେ ସଂଗେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମବେଦନା ଜଣାଇଛନ୍ତି ।


No Result
View All Result