No Result
View All Result
୨୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣଗଡ :-> ପାଟଣଗଡ ବ୍ଲକ ଲରମ୍ଭା ଥାନା ତମିଆଁ ଛକରୁ ତମିଆଁ ରାସ୍ତରେ ଥିବା କଲାଡୁଙ୍ଗୁରି ପାହାଡ଼ ତଲେ ଭିମ ପଡାର ଅନିତଦୁରରେ ମୁହାଁମୁହିଁ ଜୋର ବାଇକ ଧକ୍କା ଫଲରେ ଦୁଇ ଜଣ ଜୁବକ ଗୁରୁତର ହୋଇ ବଲାଙ୍ଗୀର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଜୁବକ ଦ୍ଵୟ ହେଲେ ଲରମ୍ଭା ଥାନା ବ୍ରାହ୍ମଣୀ ପାଲିର ବୁଧ ତାଣ୍ଡି ଓ ପାଟଣାଗଡ ଥାନା ଫୁଡକୁପରା ଗାଁର କେଶବ ଧରୁଆ । ଆଜି ସକାଳେ କେଶବ ଧରୁଆ ଓ ସଦା କୁମୁରା ତାଙ୍କ ବାଇକ ଓଆର- ୧୫ -କେ -୮୭୮୩ ଯୋଗେ ଭରତ ବାହାଲ ପଞ୍ଚାୟତ ଚମ୍ପାସର ଗାଁକୁ ତାଙ୍କର ଜୈନିକ ସମ୍ପର୍କିୟଙ୍କ ଶୋକପତ୍ର କାଡ ବାଣ୍ଟିବାକୁ ଯାଉଥିଲେ ।

ତମିଆଁ ପଟୁ ଓଡି ୦୩-ଏସ-୨୩୮୭ -ବାଇକ ଯୋଗେ ବୁଧ ତାଣ୍ଡି ତମିଆଁ ପଟୁ ଦ୍ରୃତଗତିରେ ଆସି ବୁଧଙ୍କ ବାଇକୁ ଧକ୍କା ଦେଇଥିଲେ । ବାଇକ ଧକ୍କା ଏତେ ଯୋରଦାର ଥିଲାଯେ ବୁଧ ଙ୍କ ବାଇକର ଆଗ ଚକା ରିଙ୍ଗ ଖଣ୍ଡବିଖଣ୍ଡ ହୋଇ ଟାୟାର ବାହାରି ଆସିଥିଲା । କେଶବ ଙ୍କ ଡାହାଣ ଗୋଡ ସମ୍ପୁର୍ଣ୍ଣ ଭାବଵରେ ଭାଙ୍ଗିଜାଇଥିବାବେଲେ ରାସ୍ତାକଡରେ ଛିଟିକି ପଡ଼ି ଅଚେତ୍ ଅବସ୍ଥାରେ ପଡିରହିଥିଲେ । ଅନୁରୂପ ଭାବରେ ବୁଧଙ୍କର ମୁହଁ,ନାକ ଓ ମୁଣ୍ଡରେ ସକ୍ତ ଆଘାତ ଲାଗିଥିବାରୁ ସେ ମଧ୍ୟ ଅଚେତ୍ ଅବସ୍ଥାରେ ପଡିରହିଥିବାବେଲେ ତାଙ୍କ ମୁହଁ ଓ ନାକରୁ ଅନବରତ ରକ୍ତ ଶ୍ରାବ ହେଉଥିଲା ।

ସେହି ରାସ୍ତାଦେଇ ଯାଉଥିବା କିଛି ଯୁବକ ପୁଲିସ ଓ ଆମ୍ଭୁଲାନ୍ସ କୁ ଖବର ଦେଇଥିଲେ । ପୁଲିସର ଉପସ୍ଥିତରେ ଉଭୟଙ୍କୁ ଆମ୍ଭୁଲାନ୍ସ ଯୋଗେ ପାଟଣଗଡ ଡାକ୍ତରଖାନାକୁ ପଠାଜାଇଥିଲା । କେଶବ ଙ୍କ ବାଇକ ପଛପଟେ ବସିଥିବା ସଦାଙ୍କ ବାମ ଗୋଡ,ହାତ ଓ ଛାତିରେ ସାମାନ୍ୟ କ୍ଷତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡାକ୍ତରଖାନାରୁ ଛାଡି ଦିଆଜାଇଛି । ତେବେ କେଶବ ଓ ବୁଧ ଙ୍କ ଅବସ୍ତା ଗୁରୁତର ଥିବାରୁ ଉଭୟଙ୍କୁ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଏଥିସହ ପୁଲିସ ଉଭୟଙ୍କ ବାଇକ୍ କୁ ଘଟଣାସ୍ଥଳରୁ ଜବତ୍ କରି ଥାନାକୁ ନେଇଛି । ପ୍ରକାଶ ଥାଉକି ବୁଧ ଦେଶୀ ମଦ ଭାଟିରୁ ମଦ ପିଇ ତମିଆଁ ର ଏକ ନିର୍ଦ୍ଧିଷ୍ଟ ହୋଟେଲରେ ଜଲଖିଆ ଖାଇବାପରେ ଅତ୍ୟଧିକ ନିଶା ଯୋଗୁଁ ବାଇକ ଚଲାଇ ପାରୁନଥିଲେ । କଷ୍ଟେମଷ୍ଟେ ବାଇଟିକୁ ଷ୍ଟାଷ୍ଟ କରି ନିଜ ଗାଁ ଅଭିମୁଖେ ବାହାରିଥିଲା ବୋଲି ଦୁର୍ଘଟଣା ସ୍ଥଳରେ ଲୋକେ କୁହାକୁହି ହେଉଥିଲେ ।

No Result
View All Result