୨୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :-> ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଜଗନ୍ନାଥ ସମ୍ମୁଖରେ ଜଗନ୍ନାଥ ସେନା ତରଫରୁ ପୁରୀ ଜଗନ୍ନାଥ ମନ୍ଦିର ର ୪ ଦ୍ୱାରା ଖୋଲିବାସହ ରତ୍ନଭଣ୍ଡାର ଗଣତି ପାଇଁ ଦାବି ହୋଇଛି । ଆଜି ମଧ୍ୟହ୍ନରେ ପୁରୀ ଜଗନ୍ନାଥ ସେନା ତରଫରୁ ସାରା ଓଡିଶାରେ ଭକ୍ତ ଜାଗରଣ ଓ ଜନସର୍ମ୍ପକ ଯାରି ରହିଥିବା ବେଳେ ପୁରୀ ଜଗନ୍ନାଥ ସେନାର ଅବାହକ ପ୍ରୟଦର୍ଶନ୍ନ ପଟନାୟକ ଓ ସହଯୋଗୀ ରଣପୁର ଜଗନ୍ନାଥ ମନ୍ଦିର ନିକଟରେ ପହଚିଂଥିଲେ ।

ସେଠାରେ ରଣପୁର ଜଗନ୍ନାଥ ସେନାର ଆବାହକ ବିରଜା ମିଶ୍ର ଶ୍ରି ପଟନାୟକ ଙ୍କୁ ଉତରିୟ ପ୍ରଦାନ କରି ପାଛୋଟି ଆଣିଥିଲେ । ପରେ ସେମାନେ ମନ୍ଦିର ଯାଇ ଜଗନ୍ନାଥ ଦର୍ଶନ କରିଥିଲେ । ଜଗନ୍ନାଥ ଦର୍ଶନ ପରେ ମନ୍ଦିର ସମ୍ମୁଖରେ ଶ୍ରୀ ପଟନାୟକ ଦୀପ ଦାନ କରିଥିଲେ । ସେ ପୁରୀ ଶ୍ରି ମନ୍ଦିର ୪ ଦ୍ୱାର ଖୋଲିବା ସହ ରତ୍ନଭଣ୍ଡାର ଗଣତି କରିବା ପାଇଁ ବିଭିନ୍ନ ସ୍ୱାଗାନ ଦେଇଥିଲେ ।
ଯଦି ରାଜ୍ୟ ସରକାର ଆଗାମି ଦୀନ ରେ ୪ ଦ୍ୱାର ଖୋଲିବା ସହ ରତ୍ନଭଣ୍ଡାର ଗଣତି ନକରନ୍ତି ତେବେ ଓଡିଶା ବନ୍ଦ ଡାକରା ଦିଆଯିବ ବୋଲି ସେ ମତ ଦେଇଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଏନଏସି ଉପାଦକ୍ଷ ପ୍ରିୟବ୍ରତ ପ୍ରହରାଜ, ଅଶୋକ ମହାପାତ୍ର, ମନୋରଞନ ମହାପାତ୍ର,ନରେନ୍ଦ୍ର ପ୍ରତାପ ସ୍ୱାଁ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ର ସତ୍ୟବ୍ରତ ନାୟକ,ଗୋପାଳ ଅର୍ଗରୱାଲ, ସୁରେଶ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।













