No Result
View All Result
୨୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଉତ୍ସବ ଓ ପଲ୍ଲି ଶ୍ରୀ ମେଳା ଚତୁର୍ଥ ଦିନରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ଶୁକ୍ରବାର ସନ୍ଧ୍ୟାରେ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲାପାଳ-ତଥା-ଅଧକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ ଗଜପତି ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଜି. ତିରୁପତି ରାଓ,ସଭାପତି, ଜିଲ୍ଲାପରିଷଦ, ଗଜପତି ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ,ଅତିରିକ୍ତ ଜିଲ୍ଲାପାଳ ଗଜପତି, ଯୋଗ ଦେଇଥିବା ବେଳେ ଓ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଅନୁପମ ଶାହା, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଭୁବନେଶ୍ୱର, ଶ୍ରୀମତୀ ନିର୍ମଳା ସେଠୀ,

ଅଧ୍ୟକ୍ଷା ପୌର ପରିଷଦ ପାରଳାଖେମୁଣ୍ଡି, ସୁଶ୍ରୀ ସ୍ଵାତୀ ଏସ କୁମାର, ଆରକ୍ଷୀ ଅଧିକ୍ଷକ ଗଜପତି,ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଗଜପତି,ଶ୍ରୀଯୁକ୍ତ ଫାଲଗୁନି ମାଝୀ, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି,ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ସମସ୍ତ ଅତିଥି ଗଣ ଗଜପତି ଜିଲ୍ଲାର ଲୋକକଳା,ସଂସ୍କୃତି, ଜନଜାତି,ନୃତ୍ୟ ସଙ୍ଗୀତ ପରମ୍ପରା ଓ ପର୍ଯ୍ୟଟନ ସ୍ଥଳୀର ବିକାଶରେ ଜିଲ୍ଲା ଅଗ୍ରସର ହେଉଛି ବୋଲି କହିଥିଲେ। ପରେ ପରେ ଜିଲ୍ଲାପାଳ -ତଥା- ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ,

ଗଜପତିଙ୍କ ଦ୍ଵାରା ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରିବା ସହ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା ଓ ସମସ୍ତ ଅତିଥି ମାନଙ୍କୁ ମେମଣ୍ଟୋ ଓ ଉପଢୌକନ ଦେଇ ଗଜପତି ଉତ୍ସଵର ସମ୍ମାନିତ କରିଥିଲେ। ଏହି ଅବସରରେ ଚତୁର୍ଥ ଦିନ ସନ୍ଧ୍ୟାରେ ଜିଲ୍ଲା, ତଥା ଜିଲ୍ଲା ବାହାର ର ସାଂସ୍କୃତିକ ଦୋଳ ନିଜର କଳା ପ୍ରଦର୍ଶନ କରିଥିଲେ। ଯଥା ପୁରୀ ଗୋଟିପୁଅ, ବରଗଡ଼ର ସମ୍ବଲପୁରୀ ନୃତ୍ୟ ଓ ଆମ ଜିଲ୍ଳାର ଗୁମ୍ମା, ଗୋସାଣୀ, କାଶୀନଗର, ପାରଳାଖେମୁଣ୍ଡିର ସମ୍ବଲପୁରୀ ନୃତ୍ୟ ଗଜପତି ଡାନ୍ସ ଟାଲେଣ୍ଟ ର ଗଣେଶ ବନ୍ଧନା ନୃତ୍ୟ, ତିବତୀୟାନ୍ ନୃତ୍ୟ, ସମଲେଇ ନୃତ୍ୟ ପାରଳାଖେମୁଣ୍ଡି, ଶିଶୁ ବିଦ୍ୟା ମନ୍ଦିରର ସମ୍ବଲପୁରୀ, ମିରାକାଲ୍ ର ମିଲ୍ଲେଟ ମିଶନ ଓ ଆଦର୍ଶ ବିଦ୍ୟାଳୟ ଚନ୍ଦ୍ରଗିରି ନୃତ୍ୟ ଇତ୍ୟାଦି ପ୍ରଦର୍ଶନ କରଯାଇଥିଲା ।

No Result
View All Result