୨୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :-> ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ସାମ୍ବାଦିକ ମାନଙ୍କ ସମ୍ବୋଧିତ କରି କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥ ସାରା ଓଡ଼ିଶାବାସୀ ଓ ବିଶ୍ୱରେ କୋଣ ଅନୁକୋଣରେ ଥିବା ଜଗନ୍ନାଥ ପ୍ରେମୀଙ୍କର ସବୁଠାରୁ ବଡ଼ ଠାକୁର । ଭାରତ ବର୍ଷର ଚାରିଧାମ ମଧ୍ୟରୁ ପୁରୀ ଧାମ ହେଉଛି ସର୍ବଶ୍ରେଷ୍ଠ ଧାମ । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସବୁଠାରୁ ବଡ଼ ଠାକୁର, ସମସ୍ତଙ୍କର ଆରାଧ୍ୟ ଦେବତା । ବିଜେଡ଼ି ସରକାର ଦୀର୍ଘ ୨୪ବର୍ଷ ଶାସନକାଳ ଭିତରେ ସବୁ କ୍ଷେତ୍ରରେ ଦୁର୍ନୀତିରେ ବୁଡ଼ି ରହିଛି ଏପରିକି ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପ ଏଥିରୁ ମଧ୍ୟ ବାଦ ନୁହେଁ ।

କିନ୍ତୁ ଅତ୍ୟନ୍ତ ଦୁଃଖ ଓ କ୍ଷୋଭର କଥା ଶ୍ରୀମନ୍ଦିର ଭିତରେ ଅନିତି କରିବାକୁ ଏ ସରକାର ପଛାଏ ନାହିଁ । ଏହି ଅଳ୍ପକେଇଦିନ ତଳେ କାମିଆ ଜାନୀ ଜଣେ ୟୁଟୁବ ବ୍ଲଗର ଯିଏକି ନିଜେ ଗୋ ମାଂସ ଭକ୍ଷଣ କରନ୍ତି ଏବଂ ଗୋ ମାଂସ ଭକ୍ଷଣ ପାଇଁ ତାଙ୍କ ବ୍ଲଗରେ ଏହାର ପ୍ରଚାର ପ୍ରସାର ମଧ୍ୟ କରନ୍ତି । ସେଭଳି ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଅତ୍ୟନ୍ତ ବିଶ୍ୱସ୍ଥ ଶ୍ରୀ ଭିକେ ପାଣ୍ଡିଆନ ପୁରୀ ଶ୍ରୀମନ୍ଦିର ଭିତରକୁ ନେଇ ତାଙ୍କ ସହିତ ମହାପ୍ରସାଦ ଗ୍ରହଣ କରିବା ଏବଂ ମହାପ୍ରସାଦର ପ୍ରସାର କରିବାପାଇଁ ଭିଡିଓ ଛାଡ଼ିଥିଲେ । ଗତ କିଛିଦିନ ଧରି ଏ ଘଟଣାକୁ ନେଇ ବିଭିନ୍ନ ସମ୍ବାଦପତ୍ର ଏବଂ ଗଣମାଧ୍ୟମରେ ପ୍ରଚାର ପ୍ରସାର ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏଭଳି ସ୍ପର୍ଷକାତର ଘଟଣା ମୁଁହ ନଖୋଲିବା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ ।

କିଭଳି ଭାବରେ ଜଣେ ଗୋ ମାଂସ ଭକ୍ଷଣକାରୀ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଏ ଘଟଣା ବାବଦରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି କି ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ମହିଳାଙ୍କୁ ବିଜେପି ଦଳ ମଧ୍ୟ ହିନ୍ଦୁ ମନ୍ଦିର ଏବଂ ସଂସ୍କୃତିକୁ ଏପରିକି ଅଯୋଧ୍ୟା ରାମମନ୍ଦିର ଓ ରାମଲୀଳାଙ୍କୁ ନେଇ ଫିଲିମ୍ କରିବାପାଇଁ ତାଙ୍କୁ ଚୁକ୍ତିଭିତିକ ନିଯୁକ୍ତି ଦେଇଥିଲେ ବୋଲି ଗଣମାଧ୍ୟମରେ ପ୍ରକାଶ ପାଉଛି । ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର ଭାବାବେଗର ଠାକୁର । ତେଣୁ ଏଭଳି ହୀନ, କୁତ୍ସିତ ଓ ନୀତିହୀନ କାର୍ଯ୍ୟକରି ବିଜେଡ଼ି ସରକାର ଜାଣିସୁଣି ଓଡ଼ିଆଜାତିର ଭାବାବେଗ ପ୍ରତି କୁଠାରଘାତ କରିଛନ୍ତି । ଓଡ଼ିଶାବାସୀ ସବୁ ଦେଖୁଛନ୍ତି, ସବୁ ସହିବାର ସୀମା ପାର ହୋଇସାରିଲାଣି । ଜଗନ୍ନାଥ ଓ ମନ୍ଦିର ସହିତ ଖେଳଖେଳିବା ତୁରନ୍ତ ବନ୍ଦ କରନ୍ତୁ । ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଏହି ହୀନ କାର୍ଯ୍ୟପାଇଁ ନିର୍ସତ କ୍ଷମା ପ୍ରାର୍ଥନା କରନ୍ତୁ ।














