ଓଡିଶା ତାଜା ନ୍ୟୁଜ୍ (୧୯ ଜୁଲାଇ ୨୦୨୦ ରବିବାର) କଟକ :- ସରକାର ଯେତେ ଗରିବଙ୍କ ପାଇଁ ଯୋଜନା କଲେ ବି ବେଳେ ବେଳେ ତାହା ସମସ୍ତଙ୍କ ପାଖରେ ପହଂଚି ପାରି ନାଇଁ, କୋଉଠି ରାଜନୈତିକ ଆକ୍ରୋଶ ତ କୋଉଠି ବ୍ୟକ୍ତିଗତ ଆକ୍ରୋଶର ଶିକାର ହୋଇ ଫାଇଦା ନେଇ ପାରନ୍ତିନି ସାଧାରଣ ଗରିବ ଲୋକଟିଏ, ତା ପାଖରେ ପହଂଚି ପାରେନା ସରକାରୀ ଜନହିତକାରୀ ଯୋଜନା ଆଉ ସାହାଯ୍ୟ, ଯୋଉଠି ବେରୋଜଗାରକ୍ଷମ ଲୋକଟିଏ ପେଟର ଜ୍ୱାଳା ସହିନପାରି ଆପଣେଇ ନିଏ ବିଭିନ୍ନ ବାଟ, କିଏ ଚୋରି କରେ ତ କିଏ ପେଟ ପାଇଁ ମଣିଷ ମାରିବାକୁ ବି ପଛାଏନାଇଁ, ଆଉ କିଏକିଏ ଭୋକ ମେଣ୍ଟାଇବାକୁ ଖୋଜି ବୁଲନ୍ତି ଡଷ୍ଟବିନରେ ପଡ଼ିଥିବା ଅଇଁଠା ଖାଦ୍ୟକୁ,
ଆଉ ପାଇଲେ ସେଇଥିରେ ନିଜ ପେଟର ଜ୍ୱାଳାକୁ ନିବାରଣ କରିଥାନ୍ତି, ହେଲେ ସେଇ ଡଷ୍ଟବିନ ଖାଦ୍ୟ ଯେ ତା ପାଇଁ ବିପଦ ଡାକିଆଣେ ତାଙ୍କୁ ଜଣା ନଥାଏ, ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ରାଜ୍ୟର ନାମିଦାମୀ ସହର କଟକ ଟାଉନରେ, କରୋନା ଲକ ଡାଉନ ସମୟରେ ରେ ଜଣେ ଅସହାୟ ଲୋକ ଭୋକ ର ଜ୍ୱାଳା ସହିନପାରି ବକ୍ସିବଜାର ମିଶନ ରୋଡ଼ ନିକଟରେ ଡ୍ରେନ ରେ ପଡ଼ିଥିବା ଖାଦ୍ୟକୁ ସାଉଁଟି ଆଣି ଖାଉଥିବାର ଦୃଶ୍ୟ, ଗୋଟେ ପଟେ ଏହା ଆମ ରାଜ୍ୟର ଗରିବ ଲୋକମାନଙ୍କର ପକୃତ ଅବସ୍ଥାକୁ ପ୍ରତିପାଦନ କରୁଥିବା ବେଳେ ଅନ୍ୟ ପଟେ କରୋନା ମହାମାରୀ ଆଜି ଗରିବ ମୁହଁରୁ ଆହାର ଛଡାଇ ନେଇଥିବାର ପ୍ରମାଣ ପ୍ରତିପାଦିତ କରୁଛି,
ତଥାପି ଏ ସ୍ୱାର୍ଥପର ମଣିଷ ସଚେତନ ହେଉନାଇଁ, ଏଇ ଦୃଶ୍ୟ ଉଭୟ ସରକାର ଓ ଜନସାଧାରଣଙ୍କୁ ଏବେଠାରୁ ସଚେତନର ବାର୍ତା ଦେଉଛି, ଆଗକୁ ଯେ ସମସ୍ତ ଙ୍କ ପରିସ୍ଥିତି ଏଇଆ ନହେବ କହିବା ଅସମ୍ଭବ.କଟକର ବରିଷ୍ଠ ସାମ୍ବାଦିକ ତଥା ସମାଜର ସହ ସମ୍ପାଦକ ସୁଧୀରେନ୍ଦ୍ର ପରିଜା ଏଇ ସମ୍ବେଦନଶିଳ ଘଟଣାଟିକୁ ନିଜ କ୍ୟାମେରାରେ ଉତ୍ତୋଳନ କରିବା ସହ ସାମାଜିକ ଗଣମାଧ୍ୟମରେ ପ୍ରେରଣ କରି କରୋନା ର କରାଳ ରୂପ ରେ ମଣିଷ ଆଜି କେଉଁ ଅବସ୍ଥାରେ ଗତି କରୁଛି ତାହା ସୂଚାଇଥିଲେ, (ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ)















