No Result
View All Result
୨୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-> ନୂଆଗଡ ଉପାସନାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଗଜପତି ଜିଲ୍ଲାପାଳ। ଜନସାଧାରଣଙ୍କୁ ଜଣାଇଲେ ଖ୍ରୀଷ୍ଟମାସ ଉପଲକ୍ଷେ ଶୁଭେଚ୍ଛା ଜ୍ଞାପନ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକର ସଦର ମହକୁମା ନୂଆଗଡ ସ୍ଥିତ ଉତ୍କଳ ବାପଟିଷ୍ଟ ମଣ୍ଡଳିର ଉପାସନାରେ ଜିଲ୍ଲାପାଳ ସ୍ମୁତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ପ୍ରଥମେ ମଣ୍ଡଳୀର ପଦାଧିକାରୀ ଏବଂ ଶତାଧିକ ଖ୍ରୀଷ୍ଟୀୟ ବିଶ୍ବାସୀ ମାନେ ବଜାର ଛକ ଠାରୁ ଜିଲ୍ଲାପାଳଙ୍କୁ ବାଜା ରୋଷଣୀ ସହ ବହୁ ଆଡମ୍ବର ସହକାରେ ପାଛୋଟି ଉପାସନାଳୟ କୁ ପାଛୋଟି ଆଣିଥିଲେ।

ସେଠାରେ ଉପାସନା କାର୍ଯ୍ୟକୁ ପାଳକ ଆଚାର୍ଯ୍ୟ ଯିସାକ ପାଣି ସଭା ପ୍ରାରମ୍ଭ କରିଥିବା ବେଳେ ସ୍ଥାନୀୟ ସମିତି ସଭାପତି ପ୍ରତ୍ୟୁଷ ରଞ୍ଜନ ପାଣି ଅଭ୍ୟର୍ଥନା କରି ମଣ୍ଡଳୀର ପଦାଧିକାରୀଙ୍କ ଦ୍ଵାରା ଜିଲ୍ଲାପାଳଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଏବଂ କିଛି ଉପହାର ଦେଇ ସମ୍ମାନିତ କରିଥିଲେ। ଉପଦେଷ୍ଟା ବିନୟ ରଞ୍ଜନ ପାଣି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନିକା ପାଠ କରି ଶୁଣାଇ ଥିଲେ। ଏଥିସହ ଉପାସନା ଗୃହର ତଳ ପାର୍ଶ୍ୱରେ ନାଳ ପାଖର ଉନ୍ନତି କରଣ ନିମନ୍ତେ ମଣ୍ଡଳୀ ପକ୍ଷରୁ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

ଉପାସନାରେ ଯୋଗଦେଇ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ଧର୍ମାବଲ୍ବୀ ସହ ପ୍ରେମ ଓ ଭାତୃପ୍ତ ଭାବ ନେଇ ଚଲିବା ଓ ରାଜ୍ୟ ସରକାରଙ୍କ ଦ୍ଵାରା ଚର୍ଚ୍ଚ ମାନଙ୍କ ଉନ୍ନତି କରଣ ନିମନ୍ତେ ଦେଇଥିବା ସହାୟତା ରାଶିକୁ ଠିକ ରୂପାୟନ କରିବା ଉପରେ ଗୁରପ୍ତା ରୋପ କରିଥିଲେ ଏବଂ ଆଗାମୀ ଖ୍ରୀଷ୍ଟ ଜନ୍ମ ଦିବସକୁ ଶାନ୍ତି ଶୃଙ୍ଖଳା ଓ ଆଡ଼ମ୍ବରରେ ପ୍ରତିପାଳନ କରିବା ପାଇଁ ଉପଦେଶ ଦେଇ ଖ୍ରୀଷ୍ଟ ଜନ୍ମ ଦିବସର ଉପଲକ୍ଷେ ଜନସାଧାରଣଙ୍କୁ ଶୁଭେଛା ଜ୍ଞାପନ କରିଥିଲେ। ଏଥିସହ ୫ଟି ମାଧ୍ୟମରେ ଉପାସନାର ଉନ୍ନତି କରଣ ନିମନ୍ତେ ଅନୁଦାନ ରାଶି ପାଇଥିବା କାର୍ଯ୍ୟ ସହ ଉପାସନା ଗୃହର ପାର୍ଶ୍ଵରେ ଥିବା ନାଳ ସମସ୍ୟା ଏବଂ କେତେକ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଥିଲେ।

No Result
View All Result