୨୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଓଡଗାଁ :-> ଶରଣକୁଳ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ୩0ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଶୁକ୍ରବାର ମହା ସମାରୋହରେ ପାଳିତ ହୋଇଯାଇଛି | ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ପୌରହିତ ରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷା ବିକାଶ ସମିତି ଓଡିଶା, ନୟାଗଡ ଜିଲ୍ଲା ପ୍ରମୁଖ ହରେକୃଷ୍ଣ ମୁଦୁଲି ମୁଖ୍ୟ ଅତିଥି ରୁପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ |

ଅନ୍ୟମାନଙ୍କ ମଧ୍ୟରେ ଶରଣକୁଳ ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ,ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ ପ୍ରମୁଖ ସନ୍ନମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କଦ୍ଵାରା ସ୍ୱାଗତ ସଂଗୀତ ଗାନ କରିବା ପରେ ସମ୍ପାଦକ ପ୍ରଫୁଲ୍ଲ କୁମାର ପ୍ରଧାନ ମଞ୍ଚାସିନ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଭଗବାନ ମହାପାତ୍ର ବିବରଣୀ ପଠନ କରିଥିଲେ |
















