ଓଡିଶା ତାଜା ନ୍ୟୁଜ୍ (୧୯ ଜୁଲାଇ ୨୦୨୦ ରବିବାର) ବାଲେଶ୍ୱର :- ବାଲେଶ୍ୱରରେ କରୋନାର ସଂକ୍ରମଣ ବଢିବା ସଂଗେ ସଂଗେ ,ପୂର୍ବତନ ଏସ.ପି. ଚିନ୍ତାମଣି ପଣ୍ଡାଙ୍କର ୬୮ବର୍ଷ ବାଲେଶ୍ୱରରେ ବୟସରେ ବାଲେଶ୍ୱରର ରେମୁଣା ସ୍ଥିତ ବାସଭବନରେ ହୃତଘାତରେ ଆଜି ପରଲୋକ ହୋଇଯାଇଛି। ସ୍ୱର୍ଗତ ପଣ୍ଡା ୧୯୭୫ମସିହାରେ ପୁଲିସ ବିଭାଗରେ ଯୋଗଦେଇ ମୟୂରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ଭଦ୍ରକ ଆଦି ସ୍ଥାନରେ ବିଭିନ୍ନ ପଦ ପଦବୀରେ ରହି ବେଶ୍ ଲୋକପ୍ରିୟ ହୋଇଥିଲେ।ମୟୂରଭଞ୍ଜ ଜିଲ୍ଲାରେ ଲୋଧା ଏବଂ ମାଓ ଦମନରେ ସେ ସକ୍ରିୟ ଭୂମିକା ଗ୍ରହଣ କରି ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇବା ସହିତ ଶ୍ରେଷ୍ଠ ଥାନା ଅଧିକାରୀ,
ଶ୍ରେଷ୍ଠ ସର୍କଲ ଇନ୍ସିପେକ୍ଟର ଏବଂ ଶ୍ରେଷ୍ଠ ଏସ.ପି., ଡିଜିପି. ଡିସ୍କରେ ସମ୍ମାନୀତ ହୋଇଥିଲେ। ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କଠାରୁ ବିଭିନ୍ନ ସମୟରେ ପୁରସ୍କୃତ ହୋଇଥିଲେ।ସୂଚନାଯୋଗ୍ୟ,ଓଡିଶା ପୋଲିସ ସେବାରେ ସେ ୪ଶହରୁ ଊର୍ଦ୍ଧ୍ବ ପୁରସ୍କାର ପାଇବା ସହ ଜଣେ କର୍ମଠ, ସଚ୍ଚୋଟ, ପରୋପକାରୀ ଏବଂ ବନ୍ଧୁବତ୍ସଳ ପୋଲିସ ଅଧିକାରୀ ଭାବେ ରାଜ୍ୟ ପୋଲିସ ମହଲରେ ବେଶ୍ ସୁନାମ ଅର୍ଜନ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁତ୍ର , ପୁତ୍ରବଧୁ, ଝିଅଜ୍ୱାଇଁ ଓ ସପରିବାର ବର୍ଗ ଉପସ୍ଥିତି ଥିଲେ ।ବାଲେଶ୍ୱରରେ ବିଭିନ୍ନ ମହଲରେ ଦୁଃଖ ପ୍ରକାଶ କରିଛନ୍ତି। (ଦୀପ୍ତିମାନ୍ ପତି/ବାଲେଶ୍ୱର)ରେମୁଣା