୨୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଦା ଜିଲ୍ଲା :-> ବୋଲଗଡ ବ୍ଳକ୍ ଅନ୍ତର୍ଗତ ଦେଉଳି ରଘୁନାଥ ଡ଼ିଗ୍ରୀ ମହାବିଦ୍ୟାଳୟର “ନୂଆ- ଓ” ଯୁବ ଓଡ଼ିଶା- ନବୀନ ଓଡ଼ିଶା ରେ ସ୍ଥାନୀୟ ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁଙ୍କ କରକମଳରେ ଉଦଘାଟନ ହୋଇ ଯାଇଛି। ଇତି ମଧ୍ୟରେ ରାଜ୍ୟ ସରକାର ନିର୍ଦ୍ଦେଶ କ୍ରମେ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ କଳାତ୍ମକ ଗୁଣର ବିକାଶ ଦିଗରେ ସାମାଜିକ ସଚେତନତା କର୍ଯ୍ୟକ୍ରମ ଗୁଡ଼ିକ ନିକଟସ୍ଥ ଗ୍ରାମ ଗୁଡିକରେ ଯଥା ଯୌତୁକ ବିରୋଧ, ନିଶା ନିବାରଣ,
ବାଲ୍ୟ ବିବାହ ପ୍ରଥା ଉଚ୍ଛେଦ ଓ ସ୍ଥାନୀୟ ଦେଉଳି ଡ଼ାକ୍ତରଖାନା ରେ ସଫେଇ କାର୍ଯ୍ୟ କୁ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତି ପ୍ରମୋଦିନି ସୁବୁଦ୍ଧିଙ୍କ ତତ୍ତ୍ଵାବଧାନରେ ସମ୍ପାଦନ ହୋଇ ଯାଇଥିବାର ସୂଚନା ଅଧ୍ୟକ୍ଷ ଶେଖ୍ ଅବଦୁଲ ରହିମ ସୂଚନା ଦେଇଛନ୍ତି। ସଂସ୍କୃତିକ କାର୍ଯ୍ୟକ୍ରମରେ ଝୋଟି, ଚିତ୍ରାଙ୍କନ,ଗୀତ, ମେହେନ୍ଦି, କବିତା ଆବୃତ୍ତି, ସାଧାରଣ ଜ୍ଞାନ , ଏକକ ଅଭିନୟ, ନୃତ୍ୟ,
ସଙ୍ଗୀତ ପ୍ରତିଯୋଗୀତା ଗୁଡ଼ିକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପିକା ଶ୍ରୀମତି କଳ୍ପନା ମଞ୍ଜରୀ ଦେଇଙ୍କ ତତ୍ତ୍ଵାବଧାନରେ ସମ୍ପାଦନ ହୋଇ ଯାଇଥିବାର ସୂଚନା ଅଧ୍ୟକ୍ଷ ଦେଇଛନ୍ତି। ଗତ ୧୫ ତାରିଖରେ ସାମାଜିକ ସଚେତନତା ଅଭିଯାନ ରେ ମୁଖ୍ୟ ଅତିଥି ଭାବେ ବୋଲଗଡ ବ୍ଳକ୍ ଉପାଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ସାହୁ ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀ ପ୍ରଦୀପ କୁମାର ବାରିକ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।
୧୯/୧୨ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ବୋଲଗଡ ବ୍ଳକ୍ ଉନ୍ନୟନ ଅଧିକାରୀ ଶ୍ରୀ ଶରତ କୁମାର ମଲ୍ଲିକ ଓ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅମୂଲ୍ୟ କୁମାର ବାହିନୀପତି ଯୋଗ ଦେଇ “ନୂଆ- ଓ” କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଫାଇଭ୍ -ଟି କାର୍ଯ୍ୟର ତଦାରଖ ସହ ସମିକ୍ଷା କରିଥିବାର ସୂଚନା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସୂଚନା ।
ସମସ୍ଥ କାର୍ଯ୍ୟକ୍ରମକୁ ମୁଖ୍ୟ ନୋଡାଲ ଅଧିକାରୀ ଅଧ୍ୟାପକ ସନ୍ତୋଷ କୁମାର ସ୍ବାଇଁ ପରିଚାଳନା କରୁଥିବାବେଳେ ଆଜି ୨୨/୧୨ ଠାରୁ କ୍ରିଡ଼ା ପ୍ରତିଯୋଗୀତାରେ ବାଳକ ମାନଙ୍କ କ୍ରିକେଟ ଖେଳ ମହାବିଦ୍ୟାଳୟର ଅଧ୍ୟାପକ ସନ୍ତୋଷ କୁମାର ଚମ୍ପତିରାୟ ଙ୍କ ସହଯୋଗରେ ଆରମ୍ଭ ହୋଇଯାଇଛି ।
ଆଗାମୀ ଦିନରେ ସମସ୍ତ ପ୍ରତିଯୋଗୀତା ମାନ ସମାପ୍ତ କରି ପୁରସ୍କାର ବିତରଣ ତଥା ଉଦଯାପନୀ ଉତ୍ସବ ୨୭/୧୨ ରେ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମହାବିଦ୍ୟାଳୟର ଅଧ୍ୟକ୍ଷ ଶେଖ୍ ଅବଦୁଲ ରହିମ ସୂଚନା ଦେଇଛନ୍ତି।