୨୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସଂଗଠନ କନ୍ଧମାଳ ପିପୂଲସ୍ ଫୋରମ୍ KPF ପକ୍ଷରୁ VK Pandian 5T ଓ ନବୀନ ଓଡ଼ିଶା ର ଅଧ୍ୟକ୍ଷ ଙ୍କୁ ସାକ୍ଷାତ କରି କନ୍ଧମାଳ ଜିଲ୍ଲାରେ ଚାଲିଥିବା ସରକାରୀ ମେଡ଼ିକାଲ୍ କଲେଜ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5t ଅଧ୍ୟକ୍ଷ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି,ତା ସହିତ କନ୍ଧମାଳ ଜିଲ୍ଲାର ମନ୍ଦିର,ମଠ, ଚର୍ଚ୍ଚ ଓ ମସଜିଦ୍ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ଧନ୍ୟବାଦ୍ ଦେଇଛନ୍ତି। ତତ୍ ସହିତ କନ୍ଧମାଳ ଜିଲ୍ଲାର ଫୁଲବାଣୀ ମେଡ଼ିକାଲ୍ ରେ ଡାକ୍ତର ସମସ୍ୟା ସମାଧାନ, ସରକାରି ଜାଗା ( encrochment land)ରେ ଘର କରିଥିବା ଲୋକଙ୍କୁ ସ୍ଥାୟୀ ଘରବାରୀ ପଟ୍ଟା ଯୋଗାଇବାକୁ ଦାବି କରିଛନ୍ତି।ସମ୍ବଲପୁର ଗୋପାଳପୁର ଭାୟା ଫୁଲବାଣୀ ରେଳ ଲାଇନ୍ ଫୁଲବାଣୀ ସଦର ମହକୁମାକୁ ସଂଲଗ୍ନ କରିବା ସହିତ କନ୍ଧମାଳ ଜିଲ୍ଲାକୁ ଇକୋ ଟୁରିଜୀୟମ ହବ୍ ( eco Tourism hub) ପାଇଁ ଦାବି କରିଛନ୍ତି, ଏଭଳି ପାଞ୍ଚ ଦଫା ଦାବି ପୂରଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ବୋଲି KPF ପ୍ରତିଷ୍ଠାତା ତଥା ସଭାପତି ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ସୁଚନା ଦେଇଛନ୍ତି ।