୨୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :-> ଚିଲିକା ବ୍ଲକ୍ ଅନ୍ତର୍ଗତ ଆଙ୍କୁଲାଚଟି ସ୍ଥିତ ପି ବି ବି ମହାବିଦ୍ୟାଳୟ ରେ ଆଜି ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ (ନୁଆ-ଓ) ର ସାଂସ୍କୃତିକ ବିଭାବ ର ଶେଷ ପର୍ଯ୍ୟାୟରେ ନ୍ରୃତ୍ୟ ପ୍ରତିଯୋଗିତା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ଅଟୋନୋମସ୍ ମହାବିଦ୍ୟାଳୟ ର ପ୍ରାକ୍ତନ ଜୀଵ ବିଜ୍ଞାନ ପ୍ରାଧ୍ୟାପକ ମାନସ ରଞ୍ଜନ ବଳିୟାର ସିଂହ,ମୁଖ୍ୟ ବକ୍ତା ଭାବେ ଶିଶୁ ସାହିତ୍ୟିକ ତଥା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ଵାଇଁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ ବୋଧନ ଦେଇଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବିଶ୍ଵାଳ ଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ବସନ୍ତ ମଞ୍ଜରୀ ଦାଶ,ରବିଶଙ୍କର ହୋତା,ସଙ୍ଗ୍ରାମ ମିଶ୍ର,ପ୍ରମୁଖ ସାଂସ୍କୃତିକ ଚେତନା ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।ଏକକ ନ୍ରୃତ୍ୟ ପ୍ରତିଯୋଗିତା ର ଵିଚାରକ ଭାବେ ନାଟ୍ୟ କାର ଭିକାରୀ ଚରଣ ପ୍ରଧାନ,ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ଵାଇଁ ଯୋଗ ଦେଇ କ୍ରୃତୀ ପ୍ରତିଭା ମାନଙ୍କ ର ମୂଲ୍ୟାଙ୍କନ କରିଥିଲେ। ଅଧ୍ୟାପିକା ମମତା ମହାପାତ୍ର, ପ୍ରଦୀପ କୁମାର ବଳବନ୍ତ ରାୟ, ପ୍ରଶାନ୍ତ କୁମାର ମଙ୍ଗରାଜ,ବିପିନ ବିହାରୀ ସାମନ୍ତରାୟ ପ୍ରମୁଖ ସହାୟତା କରିଥିଲେ।