୨୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :-> ବାଣପୁର ସ୍ଥିତ ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ଆଜି ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ (ନୂଆ-ଓ)ର ସାମାଜିକ ଵିଭାବରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ଅଭିଯାନ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷା ରଶ୍ମିତା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏବଂ ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ,
ମନୋଜ କୁମାର ମହାପାତ୍ର ପ୍ରମୁଖ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମାନ୍ୟଗଣ୍ୟ ଅତିଥି ଭାବେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଲକ୍ଷ୍ମୀ ନାରାୟଣ ମିଶ୍ର,ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଭ୍ୟା ଶିଶିର କୁମାର ଦାସ,ଵାନାମ୍ବର ଏକାଡେମୀ,
ଭୀମପୁର ର ଶିକ୍ଷକ ଶଙ୍କର ନାୟକ ପ୍ରମୁଖ ଵର୍ଯ୍ୟ ପ୍ଲାଷ୍ଟିକ ଜନିତ ପ୍ରଦୂଷଣ ରୁ ଗ୍ରାମ, ଜିଲ୍ଲା ତଥା ରାଜ୍ୟ କୁ ରକ୍ଷା କରିବା ପାଇଁ ଜନ ସଚେତନତା ପ୍ରାଥମିକ ଆବଶ୍ୟକତା ବୋଲି ବର୍ଣ୍ଣନା କରିଥିଲେ । ପ୍ଲାଷ୍ଟିକ ଦ୍ରବ୍ୟ ବ୍ୟବହୃତ ହେବାପରେ ତାହାକୁ ଏଣେତେଣେ ନ ଫିଙ୍ଗି ତା’ର ପୁନଃ ପ୍ରକ୍ରିୟାକରଣ ହେବା, ପ୍ଲାଷ୍ଟିକ ପଲିଥିନ କୁ ଯଥା ସମ୍ଭବ ରୋକିବା ଉପରେ ମଧ୍ୟ ମତାମତ ପ୍ରକାଶ ପାଇଥିଲା ।
ମାଟି ରେ ବର୍ଜ୍ୟ ପ୍ଲାଷ୍ଟିକ ବର୍ଷ ବର୍ଷା ଧରି ପଡି ରହି ମ୍ରୃତ୍ତିକା ପ୍ରଦୂଷଣ ହେବା ସହ ମାଟିର ଫସଲ ଉତ୍ପାଦିକା ଶକ୍ତି ମଧ୍ୟରେ ହ୍ରାସ କରୁଥିବାରୁ ଜୀବଜନ୍ତୁ ଓ ଉଦ୍ଭିଦଜଗତ ପ୍ରଭାବିତ ହେଉଛି ବୋଲି ବକ୍ତାମାନେ ଉଦ୍ ଵୋଧନ ଛଳରେ ଛାତ୍ର ଛାତ୍ରୀ ମାନଙ୍କୁ ଏ ସମ୍ପର୍କୀୟ ସୂଚନା ସାଧାରଣ ରେ ଦେବାକୁ ଆହ୍ବାନ କରିଥିଲେ । ଏହି ଅବସରରେ ଛାତ୍ରୀ ଯସ୍ମିନ୍ ପରିଡା ଓ ସାଥୀ ମାନଙ୍କ ଦ୍ଵାରା ସୋସିଆଲ ମିଡ଼ିଆ ର ଖରାପ ଉପଯୋଗିତା ଉପରେ ଏକ ନାଟକ ପରିବେଷଣ କରି ପୁରସ୍କୃତ ହୋଇଥିଲେ ।