No Result
View All Result
୨୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନିଆଳି :-> ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପରିପେକ୍ଷୀରେ ରାଜଧାନି ଉପ କଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଳକ ଅନ୍ତର୍ଗତ ଆମନା କୁଦ ଗ୍ରାମପଞ୍ଚାୟତର ଆରଧ୍ୟା ଦେବୀ ମା ବାରଭୂଜା ମନ୍ଦିର ପରିସରରେ ଆୟୋଜିତ ଗୋଷ୍ଠୀ କେନ୍ଦ୍ର ଗୃହ ନିର୍ମାଣ ପ୍ରକ୍ଳପକୁ ବାଲିପାଟଣା ବ୍ଲକ ଅଧ୍ୟକ୍ଷା ହରପ୍ରିୟା ଦାସ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।

ଏହି ପ୍ରକଳ୍ପ ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ, ବାଲିପାଟଣା ବ୍ଲକ ବିଜେଡି ସଭାପତି କିଶୋର କୁମାର ଜେନା, ପୁର୍ବତନ ବ୍ଲକ ଅଧକ୍ଷ କୈଳାସ ଚନ୍ଦ୍ର ସ୍ଵାଇଁ, ବିଜେଡିର ସୌମିଲୀ ଦେ ସମାଜସେବୀ ବିଭୂତି ଭୂଷଣ ମହାପାତ୍ର

ପ୍ରମୁଖ ଯୋଗ ଦେଇ ଏହା ଦ୍ବାରା ଏହି ପ୍ରାଚୀନ ଦେବୀ ପୀଠର ବିକାଶ ସାଧନ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର କମିଟିର ସନାତନ ବେହେରା, ବେଣୁଧର ପାତ୍ର, କ୍ଷେତ୍ରମୋହନ ସାହୁ, ବିଜୟ କୁମାର ବର। ହି ଶଶାଙ୍କ ଶେଖର ନାୟକ, ନିରଞ୍ଜନ ପଣ୍ଡା, ଶରତ ଚନ୍ଦ୍ର ପଣ୍ଡା, ଅଭିନ ଦାସ , ଲିଙ୍ଗରାଜ ଓଝା , ପ୍ରଫୁଲ୍ଲ ସେଠୀ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ ।


No Result
View All Result