ଜନସାଧାରଣଙ୍କ ଠାରୁ ଆଗାମୀ ଦିନରେ “ରଣପୁର ମା ମଣୀନାଗ ମହୋତ୍ସବ” ହେବାର ଆଶଙ୍କା ରହିଛି ବୋଲି ଶୁଣିବାକୁ ମିଳୁଛି ।
ଆରମ୍ଭରୁ ସହୀଦ ରଘୁ-ଦିବାକରଙ୍କ ନାମରେ ନାମିତ ହୋଇଥିବା ମହୋତ୍ସବକୁ ଅର୍ଜୁନଙ୍କ ନାମରେ ନାମିତ କରି ଏହା ଜନ ପ୍ରସଙ୍ଗ ପାଲଟିଛି !!
ବିଜେଡ଼ି ଦଳ ର ପ୍ରଚାର ପ୍ରସାର ତଥା ଦଳୀୟ ପଦାଧିକାରୀ ନେତା ମାନଙ୍କୁ ନେଇ ଅନୁଷ୍ଠିତ ହେଉଛି ମହୋତ୍ସବ । ସର୍ବଦଳୀୟ ନେତା ମାନଙ୍କୁ କରାଯାଉନାହିଁ ନିମନ୍ତ୍ରଣ ।
୨୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :-> ରଣପୁର ହେଉଛି କଳା ସଂସ୍କୃତି ଓ ପରମ୍ପରା କୁ ଉଦଜୀବିତ କରି ରଖିଥିବା ଅଞ୍ଚଳଟିଏ । ଏହି ମାଟି ଟି ସହିଦ୍ ଓ ଦେଶପ୍ରେମୀ ମାନଙ୍କ ବଳିଦାନ ର ମାଟି ବୋଲି ଓଡ଼ିଶା ରେ ବିସ୍ତାର ଲାଭ କରିଛି । ଉକ୍ତ ଅଞ୍ଚଳ ର ଭାଇଚାରା, ଆର୍ଥିକ ଅଭିବୃଦ୍ଧି, ଲୁପ୍ତ କଳାକାରି ଓ ସହିଦ୍ ଙ୍କ ତ୍ୟାଗ କୁ ଅବିସ୍ମରଣ ରଖିବା ପାଇଁ ମହୋତ୍ସବ ର ଆରମ୍ଭ କରାଯାଇଥିଲା । ଏହା ୨୦୦୭ ମସିହାର ମିଳିତ ସରକାରରେ ନିର୍ବାଚିତ ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ ଙ୍କ ଦ୍ଵାରା ‘ମହୋତ୍ସବ’ ଆରମ୍ଭ ହୋଇଥିଲା ।
ଯାହାକୁ ବଡ ଆଡମ୍ୱର ସହକାରେ ରଣପୁରର ସମସ୍ତ ବୁଦ୍ଧିଜୀବୀ, ସର୍ବଦଳୀୟ ନେତା ଓ ଜନସାଧାରଣ ଙ୍କୁ ନେଇ ରଣପୁର ସଂସ୍କୃତି, ଇତିହାସ ଓ କଳାକାର ଙ୍କୁ ଧରି ମହୋତ୍ସବ ଅନୁଷ୍ଠିତ ହେଉଥିଲା । ପରେ ୨୦୧୫ରେ ନିର୍ବାଚିତ ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର ଙ୍କ ଦ୍ଵାରା ମଧ୍ୟ ସର୍ବଦଳୀୟ ନେତୃତ୍ଵ ଙ୍କୁ ନେଇ ରଣପୁର ମହୋତ୍ସବ ଅନୁଷ୍ଠିତ ହେଉଥିଲା । ଏବଂ ସମସ୍ତ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ୫ଦିନ ଧରି ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଥିଲା ।
ବର୍ତ୍ତମାନ ର ବିଧାୟକ ସତ୍ୟ ନାରାୟଣଙ୍କ ନେତୃତ୍ବରେ କଳା ସଂସ୍କୃତି ଆଧାର ରେ ପାଳିତ ହେଉଥିବା ମହୋତ୍ସବ ହୋଇଛି ବିଜେଡ଼ି ମହୋତ୍ସବ । ମହୋତ୍ସବ ଆରମ୍ଭରୁ ଦେଖିବାକୁ ମିଳୁଛି ମାଳ ମାଳ ବିଜେଡ଼ି ରାଜନେତା ମାନଙ୍କୁ । ବର୍ତ୍ତମାନ ୫ ଦିନ ଧରି ମହୋତ୍ସବ ପାଳନ ହେଉଥିଲେ ମଧ୍ୟ କାଳକ୍ରମେ ଏହାର ବ୍ୟୁତ୍ପତ୍ତି ଦେଖିବାକୁ ମିଳିଛି । କେବଳ ନିର୍ଦ୍ଧିଷ୍ଟ ଦଳ ର ବ୍ୟକ୍ତିଗତ ଭାବେ ମହୋତ୍ସବ ପାଳନ ହେଉଥିବା ବେଳେ ଅନ୍ୟ ଦଳୀୟ ଲୋକ ଙ୍କ ସମେତ କେତେକ ଜନସାଧାରଣ ଙ୍କ ର ଆଗ୍ରହ କମିବାରେ ଲାଗିଛି ।
ଏବେକାର ବିଧାୟକ ସତ୍ୟନାରାୟଣ ଜାନୁଆରୀ ପାଞ୍ଚ ତାରିଖ କୁ ସହିଦ ଅର୍ଜୁନ ଙ୍କ ନାମରେ ମହୋତ୍ସବ କୁ ନାମିତ କରି ରଘୁ ଦିବାକର ଙ୍କୁ ଭୁଲି ଯାଇଛନ୍ତି । ତେବେ ସହିଦ୍ ଙ୍କ ନାମରେ ଉତ୍ସର୍ଗିକୃତ ମହୋତ୍ସବ ରେ କେବଳ ସହିଦ ଅର୍ଜୁନ ଙ୍କ ନାମକୁ ଗୁରୁତ୍ଵ ଦେବା ସହିତ ସର୍ବଦଳୀୟ ମହୋତ୍ସବ କୁ ବିଜେଡି ମହୋତ୍ସବ ରେ ପରିଣତ କରିଛନ୍ତି । ଯାହାକୁ ରଣପୁର ର ବୁଦ୍ଧିଜୀବୀ ମାନେ ନାପସନ୍ଦ କରିଛନ୍ତି ।
ନିକଟରେ ରାଜସୁନାଖଳା ରେ “ମା କାଉଁରୀ ମହୋତ୍ସବ” ରେ ସର୍ବଦଳୀୟ ନେତୃତ୍ଵ ଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବେଳେ ରଣପୁରରେ ଏହାର ଵ୍ୟତିକ୍ରମ ଦେଖାଯାଉଛି କାହିଁକି..? କାହିଁକି ରଣପୁର ରେ ହେଉନାହିଁ ସର୍ବଦଳୀୟ ମହୋତ୍ସବ ଏହାକୁ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି । ତେବେ ଏସବୁ କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରୁଥିବା ଜନସାଧାରଣଙ୍କ ଠାରୁ ଆଗାମୀ ଦିନରେ ମା ମଣୀନାଗ ମହୋତ୍ସବ ହେବାର ଆଶଙ୍କା ରହିଛି ବୋଲି ଶୁଣିବାକୁ ମିଳୁଛି ।














